ସମ୍ବଲପୁର: ସମ୍ବଲପୁର ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ମା’ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ । ରାତି ପାହିଲେ ପଶ୍ଚିମ ଓଡ଼ିଶାବାସୀ ନୂଆଁଖାଇ ପାଳିବାକୁ ଥିବାବେଳେ ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ଦିନ ୧୦ଟା ୩୩ମିନିଟ୍ରୁ ୧୦ଟା ୫୫ମିନିଟ୍ ମଧ୍ୟରେ ଲାଗି ହେବ ନବାନ୍ନ । ନୂଆଁଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନ ବେଶୀ ଆବଶ୍ୟକ ହୋଇଥାଏ । ଏହି ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ବିଧି ରହିଛି ।
ନୂଆଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ଅର୍ଥାତ ଗଣେଶ ଚତୁର୍ଥୀର ପରଦିନ ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି ।