ମହାରାଷ୍ଟ୍ରର ଭାସାଇ-ଭିରାରରେ ଘଟିଛି ଏକ ବଡ଼ ଅଘଟଣ । ବିଜୟ ନଗର ଭିରାର ପୂର୍ବରେ ଗଣପତି ମନ୍ଦିର ନିକଟରେ ଭୁଶୁଡ଼ି ପଡିଲା ଏକ ଚାରି ମହଲା କୋଠା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ କୋଠାଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ଆମ୍ବୁଲାନ୍ସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ ।
କୁହାଯାଉଛି ଯେ ଏହି ଦୁଇ ପକ୍ଷ ବିଶିଷ୍ଟ କୋଠାର ଗୋଟିଏ ଅଂଶ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଯେଉଁ ଅଂଶରେ ଏହି ଦୁର୍ଘଟଣା ଘଟିଛି, ସେହି ଅଂଶରେ ଚତୁର୍ଥ ମହଲାରେ ଏକ ବର୍ଷୀୟ ଝିଅର ଜନ୍ମଦିନ ପାଳନ କରାଯାଉଥିଲା। ପ୍ରଶାସନ ସତର୍କତା ସ୍ୱରୂପ କୋଠାର ଅନ୍ୟ ଅଂଶକୁ ମଧ୍ୟ ଖାଲି କରିଛି। ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ କ୍ଷୟକ୍ଷତି ଆକଳନ କରାଯାଉଛି। ଏହି କୋଠାଟି ୧୦ ବର୍ଷ ପୁରୁଣା ବୋଲି କୁହାଯାଉଛି।
ଏହି ଘଟଣାକୁ ନେଇ ଡିଡିଏମଓ କହିଛନ୍ତି, କୋଠାର ପଛ ଭାଗ ଭୁଶୁଡ଼ି ପଡ଼ିଛି। ଏହି ଅଂଶ ଚାମୁଣ୍ଡା ନଗର ଏବଂ ବିଜୟ ନଗର ମଧ୍ୟରେ ନାରଙ୍ଗୀ ରାସ୍ତାରେ ଅବସ୍ଥିତ। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରଶାସନ ସମସ୍ତ ପ୍ରକାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି।