ନୂଆଦିଲ୍ଲୀ: ଶିଖ ବିଶେଷଜ୍ଞ ତଥା ପୂର୍ବତନ ରାଜ୍ୟସଭା ସାଂସଦ ତରଲୋଚନ ସିଂ ୨୦୦୨ ଗୁଜଟରା ଦଙ୍ଗାକୁ ନେଇ ବଡ ବୟାନ ଦେଇଛନ୍ତି । ଦଙ୍ଗା ସମୟରେ ନରେନ୍ଦ୍ର ମେଦୀଙ୍କ ଭୂମିକା ପ୍ରଶଂସା କରିଛନ୍ତି । ସେ ଏଏନଆଇ ସହ ଆଲୋଚନା ବେଳେ କହିଛନ୍ତି, ଏହି ଦଙ୍ଗା ସାବରମତୀ ଏକ୍ସପ୍ରେସ ଅଗ୍ନିକାଣ୍ଡରୁ ଉତ୍ପନ କ୍ରୋଧର ପରିଣାମ ଥିଲା । ଆଉ ଏହାକୁ ନରେନ୍ଦ୍ର ମୋଦୀ ଭଲ ଭାବେ ସମ୍ଭାଳିଥିଲେ, ନଚେତ୍ ପୂରା ଗୁଜରାଟ ଜଳି ଯାଇଥାନ୍ତା ।
ସେ କହିଛନ୍ତି ଟ୍ରେନରେ ଜୀବନ୍ତ ଜଳି ଯାଇଥିବା ଲୋକଙ୍କ ମୃତଦେହକୁ ସେମାନଙ୍କ ପରିଜନ ଗାଁକୁ ନେବାକୁ ଚାହୁଁଥିଲେ । ମାତ୍ର ନରେନ୍ଦ୍ର ମୋଦୀ ଅନ୍ତିମ ସଂସ୍କାର ସେଠି ହିଁ କରି ଦେଲେ । ଯଦି ଶବ ସେମାନଙ୍କ ଗାଁରେ ପହଞ୍ଚିଥାନ୍ତା ତେବେ ଚିନ୍ତା କରନ୍ତୁ ଲୋକେ କେମିତି ଉତ୍ତେଜିତ ହୋଇଥାନ୍ତେ ଏବଂ ଏଥିରେ ପୂରା ଗୁଜରାଟ ଜଳି ଯାଇଥାନ୍ତା । ମାତ୍ର ନରେନ୍ଦ୍ର ମୋଦୀ ସାହାସ ଦେଖାଇଲେ ଏବଂ ଏମିତି ହେବାକୁ ଦେଲେନି ବୋଲି ତରଲୋଚନ ସିଂ କହିଛନ୍ତି ।
ତରଲୋଚନ କହିଛନ୍ତି, ଘଟଣା ଘଟିବା ପରେ ଘଟଣାସ୍ଥଳରେ ସର୍ବପ୍ରଥମେ ପହଞ୍ଚିଥିବା ଲୋକଙ୍କ ମଧ୍ୟରେ ମୁଁ ଥିଲି । ମୁଁ ସବୁ ପଚରା ଉଚୁରା କଲି । କେହି ଏହି ବିଷୟରେ ଜାଣି ନ ଥିଲେ । ୨୦୦୦ରେ ମୁଁ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ହୋଇଥିଲି ଏବଂ ୨୦୦୨ରେ ଗୁଜରାଟ ଦଙ୍ଗା ହୋଇଥିଲା । ମୁଁ ଗୁଜରାଟ ଦଙ୍ଗାକୁ ନେଇ ଏକ ବକୁଲେଟ୍ ଲେଖିଛି । ଏହି ବୁକଲେଟ୍ ଛପିଥିଲା ଏବଂ ନରେନ୍ଦ୍ର ମୋଦୀ ଏହାର ୫୦୦ କପି ବଣ୍ଟନ କରିଥିଲେ । ମୁଁ ଗୁଜରାଟ ଦଙ୍ଗାକୁ ଦିଲ୍ଲୀର ଶିଖ ଦଙ୍ଗା ସହ ତୁଳନା କରିଥିଲି । ମୁଁ କହିଥିଲି ଦିଲ୍ଲୀର ଦଙ୍ଗା ସରକାରଙ୍କ ପ୍ରାୟୋଜିତ ଥିଲା, ମାତ୍ର ଗୁଜରାଟ ଦଙ୍ଗା ଜନତାଙ୍କ କ୍ରୋଧର ପରିଣାମ ଥିଲା । ଗୁଜରାଟ ଦଙ୍ଗାରେ ସରକାର କିମ୍ବା ଏହାର କୌଣସି ବ୍ୟକ୍ତିଙ୍କ ଭୂମିକା ନ ଥିଲା । ମୁଁ ମୋର ତଦନ୍ତ ରିପୋର୍ଟରେ ଏହା ଦର୍ଶାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ତରଲୋଚନ ସିଂ କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଭୂମିକା ପ୍ରଶଂସନୀୟ ଥିଲା । ନରେନ୍ଦ୍ର ମୋଦୀ ସ୍ଥିର କରିଥିଲେ ଯେ, ପ୍ରାଣ ହରାଇଥିବା କାର ସେବକଙ୍କ ଅନ୍ତିମ ସଂସ୍କାର ସେହିଠାରେ ହିଁ କରାଯାଉ । ଯଦି ମୃତଦେହ ଗାଁରେ ପହଞ୍ଚିଥାନ୍ତା ତେବେ ଭାବନ୍ତୁ ପରିଣାମ କଣ ହୋଇଥାନ୍ତା । ମୋଦୀ ସାହାସ ଦେଖାଇ ସ୍ଥିତିକୁ ସମ୍ଭାଳିଥିଲେ । ଫଳରେ ଦଙ୍ଗା ଅହମ୍ମଦାବାଦ ଏବଂ ଆଖପାଖ ଅଞ୍ଚଳରେ ସୀମିତ ରହିଥିଲା । ଆଉ ପୂରା ଗୁଜରାଟରେ ସ୍ଥିତି ବିଗିଡି ନ ଥିଲା ।
Also read: କାହିଁକି ଟ୍ରମ୍ପଙ୍କ କଲ୍ ଉଠାଉ ନାହାନ୍ତି ମୋଦୀ, ଏହା ପଛର ରଣନୀତି ଦର୍ଶାଇଲା ଜର୍ମାନ ଖବର କାଗଜ