ନୂଆଦିଲ୍ଲୀ: ସମସ୍ତ ଖାଦ୍ୟ ଓ ବସ୍ତ୍ର ଉତ୍ପାଦକୁ ସାମାନ ଭାବେ ୫ ପ୍ରତିଶତ ଜିଏସଟି ସ୍ଲାବରେ ଆଣିବାକୁ ଚାଲିଛି ପ୍ରସ୍ତୁତି । ସରକାର ଖାଦ୍ୟ ପେୟର ସାମଗ୍ରୀଠୁ ନେଇ ଟ୍ୟାକ୍ସଟାଇଲ ଉତ୍ପାଦନ ଉପରେ ଜିଏସଟିକୁ ୫ ପ୍ରତିଶତ ସ୍ଲାବରେ ରଖି ପାରନ୍ତି । ଭାରତ ସରକାରଙ୍କ ଜିଏସଟି ସୁଧାର ଯୋଜନା ଆଧାରରେ ଏହି ପ୍ରସ୍ତାବକୁ ବହୁତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ଟ୍ୟାକ୍ସ ସରଞ୍ଚନାକୁ ସରଳ କରିବା । ଏହି ପ୍ରସ୍ତାବ ଉପରେ ସେପ୍ଟେମ୍ବର ୩ ଓ ୪ ତାରିଖରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ଆଲୋଚନା ହୋଇପାରେ ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ନିର୍ମାଣ କ୍ଷେତ୍ରରେ ଉପଯୋଗ ହେଉଥିବା ସିମେଣ୍ଟ ଉପରେ ଟ୍ୟାକ୍ସ ହ୍ରାସ ନେଇ ଆଲୋଚନା ହୋଇପାରେ । ଖାସ୍ କରି ବର୍ତ୍ତମାନ ସିମେଣ୍ଟ ଉପରେ ଲାଗୁଥିବା ୨୮ ପ୍ରତିଶତ ଟ୍ୟାକ୍ସକୁ ୧୮ ପ୍ରତିଶତ ସ୍ଲାବରେ ରଖିବାକୁ ଯୋଜନା କରାଯାଉଛି । ଏମିତି ହେଲେ ଲୋକଙ୍କୁ ଘର ନିର୍ମାଣରେ ଖର୍ଚ୍ଚ ହ୍ରାସ ପାଇପାରିବ । ଯଦି ଏହି ପ୍ରସ୍ତାବ ପାରିତ ହୁଏ ତେବେ ଏହା ନିର୍ମାଣ ଉଦ୍ୟୋଗରେ ସନ୍ତୁଳନ ଓ ପାରଦର୍ଶିତା ଆଣିବ ।
ଏହା ସହ ଜିଏସଟି ପରିଷଦ ବୈଠକରେ ଅନେକ ଜରୁରୀ ପ୍ରସ୍ତାବ ଉପରେ ମଧ୍ୟ ବିଚାର ହେବ । ଏଥିରେ ଅନେକ ଦୈନିକ ଓ ଆବଶ୍ୟକ ବସ୍ତୁ ଓ ସେବା ଉପରେ ଜିଏସଟି ଦର ହ୍ରାସ ସାମିଲ ରହିଛି । ନିଷ୍ପତ୍ତି ଗୃହୀତ ହେଲେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ୫ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ଆସିବ । ଫଳରେ ଦରଦାମ ହ୍ରାସ ପାଇବ ।
ଜିଏସଟି ପରିଷଦ ଏହି ପ୍ରସ୍ତାବ ରଖିଛି ଯେ, ବ୍ୟକ୍ତିଗତ ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ଶୂନ୍ୟ ପ୍ରତିଶତ ଟ୍ୟାକ୍ସ ଲଗାଯାଉ । ଏଥିରେ ବୀମା କରିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇବ । ଲୋକଙ୍କ ୁ ହେଲଥ କଭରେଜ ଅଧିକ ମିଳି ପାରିବ । ଏହା ବିତ୍ତୀୟ ସୁରକ୍ଷାକୁ ପ୍ରୋତ୍ସାହନ ଦେବାରେ ବଡ ଭୂମିକା ନିର୍ବାହ କରି ପାରିବ ।
Also read: କାହିଁକି ଟ୍ରମ୍ପଙ୍କ କଲ୍ ଉଠାଉ ନାହାନ୍ତି ମୋଦୀ, ଏହା ପଛର ରଣନୀତି ଦର୍ଶାଇଲା ଜର୍ମାନ ଖବର କାଗଜ