ନୂଆଦିଲ୍ଲୀ: ୨୦୩୦ ରାଜ୍ୟଗୋଷ୍ଠୀ ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ବିଡ୍ ମଞ୍ଜୁର କରିଛନ୍ତି। ଅହମ୍ମଦାବାଦକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତ ନିଜର ଦାବିଦାର ଉପସ୍ଥାପନ କରିବ। ଉଲ୍ଲେଖନୀୟ ଭାରତ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିଲା। ଅହମ୍ମଦାବାଦକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତ ନିଜର ଦାବିଦାର ଉପସ୍ଥାପନ କରିବ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭୨ ଟି ଦେଶର ଖେଳାଳି ଯୋଗଦେବାର ଆଶା କରାଯାଉଛି ଏବଂ ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ଖେଳାଯିବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟକୁ ବିଡ୍ ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ଅନୁମତି ଦେଇଛି।
ଗୁଜରାଟର ଅହମ୍ମଦାବାଦକୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତାବିତ ସହର ଭାବରେ ଚୟନ କରାଯାଇଛି। ଅହମ୍ମଦାବାଦର ଭିତ୍ତିଭୂମି, ଯେଉଁଥିରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଅନ୍ତର୍ଭୁକ୍ତ ରହିଛି। ଏହି ଷ୍ଟାଡିୟମରେ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ସଫଳତାର ସହିତ ଆୟୋଜନ ହୋଇଥିଲା। ତେଣୁ ଅହମ୍ମଦାବାଦ ବଡ଼ ଇଭେଣ୍ଟ ଆୟୋଜନ କରିବାର କ୍ଷମତା ପ୍ରମାଣିତ କରିଛି।
ସାଧାରଣତଃ ଏହି ସ୍ତରର ଏକ ଇଭେଣ୍ଟ ଆୟୋଜନ କରାଯାଏ, ସେତେବେଳେ ସାରା ବିଶ୍ୱରୁ ଖେଳାଳି, ପ୍ରଶିକ୍ଷକ, ଦଳ ଅଧିକାରୀ, କର୍ମଚାରୀ, ପର୍ଯ୍ୟଟକ ଏବଂ ଗଣମାଧ୍ୟମ କର୍ମଚାରୀମାନେ ମଧ୍ୟ ଏଥିରେ ଯୋଗ ସାମିଲ୍ ହୁଅନ୍ତି। ଯଦି ଭାରତକୁ ଆୟୋଜନର ଅଧିକାର ମିଳେ, ତେବେ ଏହା ଆର୍ଥିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳ ପାଇଁ ବହୁତ ଲାଭଦାୟକ ହୋଇପାରେ।
ପିଆଇବିର ଏକ ପ୍ରେସ୍ ବିଜ୍ଞପ୍ତି ଅନୁସାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କେବଳ କ୍ରୀଡ଼ା ଜଗତରେ ଭାରତର ନାମକୁ ବୃଦ୍ଧି କରିବ ନାହିଁ, ବରଂ ଏହା ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ, ଲୋକଙ୍କୁ ଚାକିରି ମିଳିବ ଏବଂ ଯୁବ ଖେଳାଳିମାନେ ମଧ୍ୟ ପ୍ରେରଣା ପାଇବେ। ସେହି ଦେଶଗୁଡ଼ିକ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରନ୍ତି, ଯାହା ଥରେ ବ୍ରିଟିଶ ଶାସନ ଅଧୀନରେ ଥିଲେ।