ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏକ ପୋଲ ପାର ହେବା ସମୟରେ ଏକ କାର ପାଣିରେ ଭାସିଯିବାରୁ ଏକ ଦମ୍ପତି ଏବଂ ତାଙ୍କ ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଏକ ଘଟଣାରେ, ବିଜାପୁର ଜିଲ୍ଲାରେ ନଦୀ ପାର ହେବା ସମୟରେ ଜଣେ ବ୍ୟକ୍ତି ଭାସି ଯାଇଥିଲେ। ପୋଲିସ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି।
୨୬ ଅଗଷ୍ଟରେ ଛତିଶଗଡ଼ର ବସ୍ତରରେ ଗୋଟିଏ ପରିବାରର ଏନ୍ଏଚ୍ ୩୦ରେ ଯାଉଥିବା ସମୟରେ ଦରଭା ନିକଟରେ ବନ୍ୟା ପାଣିରେ କାରଟି ବୁଡ଼ି ଯାଇଥିଲା, ଯାହାଫଳରେ କାରରେ ଥିବା ୪ ଜଣଙ୍କର ମୃତ୍ୟୁ ଘଟିଛି। ଏକ ପୋଲ ପାର ହେବା ସମୟରେ ପାଣିରେ ଭାସି ଯିବାରୁ ଦମ୍ପତି ଏବଂ ସେମାନଙ୍କର ଦୁଇ ଝିଅଙ୍କର ମୃତ୍ୟୁ ହୋଇଥିଲା। ଚାରି ଜଣଙ୍କୁ ବାଦ୍ ଦେଇ କାର୍ ଚାଳକଙ୍କ ଜୀବନ ବଞ୍ଚିଯାଇଛି । ସମସ୍ତେ ତାମିଲ୍ନାଡୁର ବାସିନ୍ଦା ବୋଲି ଜାଣିବାକୁ ମିଳିଛି। ସେମାନେ ଜଗଦଲପୁର ସହରରେ ରହୁଥିଲେ।
ଅନ୍ୟପଟେ ବନ୍ୟା ଯୋଗୁଁ ବସ୍ତର ଜିଲ୍ଲାର ମନ୍ଦାର ଗାଁର ୮୫ଟି ଘର ବୁଡ଼ି ଯାଇଛି। ସେମାନଙ୍କ ମଧ୍ୟରୁ ପନ୍ଦର ଜଣଙ୍କୁ SDRF ଦଳ ଡଙ୍ଗା ଯୋଗେ ଉଦ୍ଧାର କରିଛନ୍ତି।ଛଅ ଜଣଙ୍କୁ ବାୟୁସେନାର ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଛି। ମନ୍ଦାର ଗାଁରେ ଏକ ରିଲିଫ୍ ଶିବିର କେନ୍ଦ୍ର ସ୍ଥାପନ କରାଯାଇଛି।