ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୪ ଥର କଲ୍ କରାଯାଇଛି । ହେଲେ ମୋଦୀ ଟ୍ରମ୍ପଙ୍କ କଲ୍ ଉଠାଇ ନ ଥିଲେ । ଟ୍ରମ୍ପ ଚାହୁଁଥିଲେ ଟ୍ରେଡ ଟାରିଫକୁ ନେଇ ଭାରତ ସହ ଆଲୋଚନା କରାଯାଉ । ମାତ୍ର ମୋଦୀ କୌଣସି ଉତ୍ତର ଦେଇ ନାହାନ୍ତି । ଜର୍ମାନ ଖବର କାଗଜ frankfurter allgemeine zeitungର ରିପୋର୍ଟରେ ଏହି ଦାବି କରାଯାଇଛି ।
କେବଳ ଏତିକି ନୁହେଁ ଆର୍ଟିକିଲରେ ଲେଖା ହୋଇଛି ଯେ, ଏହା ପଛରେ ମୋଦୀଙ୍କ ରଣନୀତି କଣ ରହିଛି । ଖବର କାଗଜ ଲେଖିଛି ଯେ, ଭାରତ ଏବେ ଆମେରିକା ପରିବର୍ତ୍ତେ ଚୀନ ସହ ନୂଆ ଆର୍ଥିକ ସମୀକରଣ କରିବା ଦିଗରେ ଆଗକୁ ବଢୁଛି । ଏଥିପାଇଁଭାରତ ଆମେରିକା ସହ ସାଲିସ କରିବା ପରିବର୍ତ୍ତେ ତାରି ଭାଷାରେ ଜବାବ ଦେବା ଉପରେ କାମ କରୁଛି ।
ଖବର କାଗଜ ଏହା ମଧ୍ୟ ଲେଖିଛି ଯେ, ୨୦୨୫ ଫେବୃଆରୀରେ ଟ୍ରମ୍ପ ମୋଦୀଙ୍କୁ ହ୍ୱାଇଟ୍ ହାଉସରେ ଭବ୍ୟ ସ୍ୱାଗତ କରିଥିଲେ । ମାତ୍ର କିଛି ମାସରେ ସଂପର୍କରେ ଭଟ୍ଟା ପଡିଛି । ଟ୍ରମ୍ପ ଲଗାତାର ଭାରତ ଉପରେ ଚାପ ପକାଉଥିଲେ ଯେ, ସେ ଆମେରିକା କୃଷି ଉତ୍ପାଦ ଓ ଔଷଧ ପାଇଁ ନିଜର ବାଜର ଖୋଲି ଦେଉ । ମାତ୍ର ଭାରତ ନିଜର କୃଷକ ଏବଂ ଛୋଟ ଉଦ୍ୟୋଗକୁ ଦୃଷ୍ଟିରେ ରଖି ଆମେରିକାର ପ୍ରସ୍ତାବକୁ ଅସ୍ୱୀକାର କରିଥିଲା । ତେଣୁ ଭାରତ ଆମେରିକା ସହ ସାଲିସ କରିବା ପରିବର୍ତ୍ତେ ଅନ୍ୟ ଦେଶ ସହ ବାଣିଜ୍ୟ କାରବାର ବଢାଇବା ଦିଗରେ କାମ କରୁଛି ।
ବିଶ୍ଳେଷକଙ୍କ କହିବା କଥା ଆମେରିକାର ଏସୀୟ ରଣନୀତି ଭାରତ ଉପରେ ନିର୍ଭର କରେ । ଯଦ୍ୱାରା ଚୀନର ପ୍ରଭାବକୁ କମ କରାଯାଇ ପାରିବ । ମାତ୍ର ଏବେ ଭାରତ ଆମେରିକାର ଚାପରେ ନଇଁବାକୁ ପ୍ରସ୍ତୁତ ନୁହେଁ । ଏହା ପରିବର୍ତ୍ତେ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ଏକ ନୂଆ ବାଣିଜ୍ୟିକ ରାଜିନାମାର ପ୍ରସ୍ତୁତି ଚାଲିଛି । ଭାରତ ଏହି ନିଷ୍ପତ୍ତି ସହଜ ନୁହେଁ । ମାତ୍ର ମୋଦୀ ସରକାରଙ୍କ ଆଭିମୁଖ୍ୟ ବହୁତ କଠୋର ।
Also read: ବିଜେଡି ନେତା ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ, ତଦନ୍ତ ଆରମ୍ଭ କଲା ଗୃହ ମନ୍ତ୍ରଣାଳୟ ଓ ଇଡି