ଭୁବନେଶ୍ୱର: ସସ୍ମିତ ପାତ୍ରଙ୍କୁ ନେଇ ବିଜେଡ଼ିରେ କନ୍ଦଳ ଆରମ୍ଭ ହୋଇଯାଇଥିବାବେଳେ ଏବେ ଏହି ନାଟକର ମୁଖ୍ୟ ନାୟକ ଭିକେ ପାଣ୍ଡିଆନ ବୋଲି ଚର୍ଚ୍ଚା ହେଉଛି । ଏବେ ଏହାକୁ ନେଇ ବିଜୁ ଯୁବ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କିଛି ଯୁବ ଛାତ୍ରକର୍ମୀମାନେ ନବୀନ ନିବାସ ସମ୍ମୁଖରେ ନାରାବାଜି କରିଥିବା ଦେଖିବାକୁ ମିଳିଛି । ବିକ୍ଷୋଭକାରୀ ପାଣ୍ଡିଆନ ଗୋ ବ୍ୟାକ୍ (ପାଣ୍ଡିଆନ ଫେରିଯାଅ) ସ୍ଲୋଗାନ୍ ଦେଉଛନ୍ତି ।
ରାଜ୍ୟସଭାରେ ସସ୍ମିତ ପାତ୍ର ଦଳ ବିରୋଧରେ ଯାଇ ୱକଫ୍ ସଂଶୋଧନ ବିଧେୟକ ସପକ୍ଷରେ ଭୋଟ୍ ଦେବା ପରେ ବିଜେଡ଼ିରେ ବିଦ୍ରୋହର ନିଆଁ କହୁଳିଛି । ସସ୍ମିତ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ବହୁ ବରିଷ୍ଠ ନେତାମାନେ ସୁପ୍ରିମୋଙ୍କୁ ପ୍ରଶ୍ନ କରିଛନ୍ତି । ସାଂସଦ ମାନସ ମଙ୍ଗରାଜଙ୍କ ନିର୍ଦ୍ଦେଶରେ ଏପରି ନିଷ୍ପତ୍ତି ନେଇଥିଲେ ବୋଲି ସସ୍ମିତ ବିଜୁ ଛାତ୍ର ଦଳର ସଭାପତିଙ୍କୁ କହିଥିବା ସେ ଅଭିଯୋଗ କରିଛନ୍ତି ।