ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ତିନି ମାସ ଧରି କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତର କନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିବା ବେଳେ ଆଜିଠୁ ଖୋଲିଲା ଭିତରକନିକା । ଯେଉଁଥିପାଇଁ ପର୍ଯ୍ୟଟକମାନେ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଆଉ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରସ୍ତୁ କରାଯାଇଛ । ଚଳିତ ଥର ଭିତରକନିକାରେ ମୁଖ୍ୟ ଆକର୍ଷଣ ସାଜିଛି ସ୍କାଏ ୱାକ । ଯାହା ଉପରେ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରିବେ ପର୍ଯ୍ୟଟକ । ଖାଲି ସତେିକି ନୁହେଁ ଏଥର ପ୍ରାକୃତିକ ସୋନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ୱାଚ୍ ଟାୱାର, ସେଲଫି ଜୋନ ସହ ୬୦୦ ମିଟର ସ୍କାଏ ୱାକ୍ ରାସ୍ତା ନିର୍ମାଣ କରାଯାଇଥିବା ବେଳେ, ବେସରକାରୀ ଏଜେନ୍ସି ମାଧ୍ୟମରେ ପ୍ରଥମ କରି ଚାଲିବ ବିଳାସପୂର୍ଣ୍ନ ବୋଟ୍ । ଜଙ୍ଗଲର ଶୂନ୍ୟତା ଭିତରେ ନଦୀ ମଧ୍ୟରେ ବିଳାସପୂର୍ଣ୍ନ ବୋଟରେ ରାତ୍ରୀ ଯାପନ କରିପାରିବେ ଦେଶ ବିଦେଶର ପର୍ଯ୍ୟଟକ । ପ୍ରଥମକରି ଫ୍ଲଟିଂ ବୋଟରେ ରାତ୍ରିଯାପନ କରିପାରିବେ ପର୍ଯ୍ୟଟକ ।