ବିଜୁ ଜନତା ଦଳରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଶଙ୍ଖ ଧରିଲେ । ଏପଟେ ବର୍ଷା ପ୍ରିୟଦର୍ଶିନୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲାବେଳେ ସେପଟେ ଅନୁଭବ ମହାନ୍ତି ବିଜୁ ଜନତା ଦଳ ଛାଡି ପଦ୍ମ ଧରିଛନ୍ତି । ବିଜୁ ଜନତାର ଦଳର ଶଙ୍ଖ ଭବନରେ ଚାଲିଥିବା ମିଶ୍ରଣ ପର୍ବରେ ସାଂସଦ ସମ୍ବିତ ପାତ୍ର, ବର୍ଷାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ବର୍ଷା ପୂର୍ବରୁ ବିଜୁ ଜନତା ଦଳ ସହିତ ଜଡିତ ଥିଲେ ଏବଂ ୨୦୧୯ ନିର୍ବାଚନ ସମୟରେ ଦଳ ପାଇଁ ଷ୍ଟାର ପ୍ରଚାରକ ଭାବେ କାମ କରୁଥିଲେ । ଯେତେବେଳେ ଅନୁଭବ ମହାନ୍ତି ୨୦୧୯ରେ କେନ୍ଦ୍ରାପଡା ସାଂସଦ ପାର୍ଥି ରୂପେ ପ୍ରଚାର କରୁଥିଲେ ସେତେବେଳେ ବର୍ଷା କେନ୍ଦ୍ରାପଡାରେ ବିଜେଡି ପାଇଁ ଭୋଟ ମାଗୁଥିଲେ । ପରେ ଏହି ଷ୍ଟାର ଯୋଡିଙ୍କ ପାରିବାରିକ ଜୀବନରେ ଅନେକ ମୋଡ ଆସିଲା । ପାରିବାରିକ ବିବାଦ ପାଇଁ ଅନେକ ଦିନ ଚର୍ଚ୍ଚାରେ ରହିଲେ । ପରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡପତ୍ର ବିବାଦ ହାଇକୋର୍ଟରେ ପହଞ୍ଚିଥିଲା । ଗତ କିଛି ସପ୍ତାହ ତଳେ ଅନୁଭବ ମହାନ୍ତି ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲାବେଳେ ଏବେ ବର୍ଷା ବିଜୁ ଜନତା ଦଳରେ ଏଣ୍ଟ୍ରି ମାରିଛନ୍ତି ।
ଅଧିକ ପଢନ୍ତୁ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ