ଆଉ କିଛି ମାସ ଗଲେ ପୁଣି ଆସିବ ବିବାହ ଋତୁ । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ସୁନା କିଣିବାକୁ ଚିନ୍ତାରେ ପଡିଲେଣି ଗ୍ରାହକ । କିଛି ଦିନ ହେବ ସୁନାର ଦାମ୍ ଆକାଶ ଛୁଆଁ ରହୁଛି । ତେବେ ଆସନ୍ତୁ ଜାଣିବା ଆଜି ସୁନା ଦର କେତେ ଅଛି ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୫୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୫୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୨୪୦ ଟଙ୍କା ରହିଛି ।
କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୬,୬୫୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୩,୨୪୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୮୭.୫୦ ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୦୦ ଗ୍ରାମ ୧୦୦ପିଛା ୮,୭୫୦ ଓ ୧ କେଜି ପିଛା ୮୭,୫୦୦ ଟଙ୍କା ରହିଛି ।
ଅଧିକା ପଢନ୍ତୁ:ଆସନ୍ତୁ ଜାଣିବା ସୁନା ଦରରେ କଣ ପରିବର୍ତ୍ତନ ହୋଇଛି