ନିଆଁରେ ଜଳିଗଲା ୨ ବଖରା । ଘରର ଅସବାବ ପତ୍ରଠାରୁ ଆରମ୍ଭ କରି ସବୁକିଛି ଜାଳି ପୋଡି ପାଉଁଶ ହୋଇଗଲା । ସର୍ଟ ସର୍କିଟରୁ ଫ୍ୟାନ ତାର ଜଳି ସବୁଆଡେ ନିଆଁ ଲାଗିଯାଇଥିଲା । ଯାହାଫଳରେ ୨ ବଖରା ଘରରେ ସମ୍ପୂର୍ଣ୍ଣ ନିଆଁ ଲାଗିଯାଇଥିଲା । ଘର ଜଳିଯାଇଥିବାରୁ ଚିନ୍ତାରେ ପଡିଯାଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ ।
ସୂଚନା ଅନୁଯାୟୀ,କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବିଜୟନଗର ପଞ୍ଚାୟତ ଶଙ୍ଖାପଦା ଗାଁର ଏକ ଘରେ ରାତିରେ ପରିବାର ଲୋକେ ଶୋଇଥିଲେ । ସେହି ସମୟରେ ହଠାତ ସର୍ଟ ସର୍କିଟରୁ ଫ୍ୟାନ ତାର ଜଳି ନିଆଁ ବାହାରିଥିଲା । ସେହି ନିଆଁ ଚାରିଆଡେ ବ୍ୟାପିଯାଇଥିଲା । ଯାହାଦ୍ୱାରା ଘରର ସବୁ ଅସବାବ ପତ୍ର ସହ ଟଙ୍କା,ସୁନା ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ପରିବାର ଲୋକେ ନିଆଁ ଲାଗିବ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଖବର ଜଣାଇବା ସହ ନିଆଁ ଲିଭାଇବାରେ ଲାଗିପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନାହିଁ । ନିଆଁରେ ସର୍ବସ୍ତ୍ର ହରାଇ ଏବେ ଅସହାୟ ହୋଇପଡିଛନ୍ତି ପରିବାର ଲୋକେ । ସେମାନଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଅଧିକ ପଢନ୍ତୁ :ବ୍ରିଜରୁ ଖସିଲା ବାଲି ବୋଝେଇ ଟ୍ରକ : ୧ ମୃତ