ପୁରୀ: ଜିଲ୍ଲାର ଡେଲାଙ୍ଗ ବନାଞ୍ଚଳ ଅଧିନସ୍ଥ ଅଙ୍କୁଇ ବନ ଅଧିକାରୀ ରାଜେଶ କୁମାର ପଣ୍ଡା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ଟ୍ରାକ୍ଟର ମାଲିକଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଗିରଫ ହୋଇଛି ବନ ଅଧିକାରୀ ।
ଅଭିଯୋଗ ଅନୁସାରେ, ବନ ଅଧିକାରୀ ରାଜେଶ କୁମାର ପଣ୍ଡା ବନାଞ୍ଚଳ ରାସ୍ତାରେ ଟ୍ରାକ୍ଟର ନେବାକୁ ଜଣେ ଟ୍ରାକ୍ଟର ମାଲିକଙ୍କୁ ଅନୁମତି ନେବାକୁ କହିଥିଲେ । ଏଥିପାଇଁ ସେ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନ ଦେଲେ ଜଙ୍ଗଲ ରାସ୍ତା ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ । ବନ ଅଧିକାରୀଙ୍କ ବିନା ଅନୁମତିରେ ଜଙ୍ଗଲ ରାସ୍ତା ବ୍ୟବହାର କଲେ ଗିରଫ କରାଯିବ ବୋଲି ଧମକ ଦେଇଥିଲେ । ଏ ନେଇ ଉକ୍ତ ବ୍ୟକ୍ତି ଭିଜିଲାନ୍ସକୁ ଜଣାଇଥିଲେ ।
ପୂର୍ବ ଯୋଜନା ଅନୁସାରେ ଆଜି ବ୍ୟକ୍ତି ଜଣକ ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ଟିମ୍ ବନ ଅଧିକାରୀ ରାଜେଶ ପଣ୍ଡାଙ୍କୁ ଧରିଥିଲା । ତାଙ୍କ ନିକଟରୁ ଉକ୍ତ ୨୫,୦୦୦ ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ମାମଲା ରୁଜୁ ହୋଇଛି । ଦୁଇଟି ଠିକଣାରେ ଚଢ଼ଉ ଏବଂ ଅଧିକ ତଦନ୍ତ ଜାରି ରହିଛି ।
ଅଧିକ ପଢ଼ନ୍ତୁ:- ମଞ୍ଚେଶ୍ୱର ଥାନା ଏଏସ୍ଆଇ ଚାକିରୀରୁ ବହିଷ୍କୃତ