ଭୁବନେଶ୍ଵର: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଏଏସ୍ଆଇ ରାଜେଶ କୁଲ୍ଲଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଏସ୍ଆଇ କୁଲ୍ଲୁଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି ।
ଏଏସ୍ଆଇ ରାଜେଶ କୁଲ୍ଲୁ ଏବଂ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା ଜଣେ ବ୍ୟକ୍ତିଙ୍କ ହଜିଥିବା ଫୋନକୁ ଫେରାଇବାକୁ ୫୦, ୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ପ୍ରଥମେ ଜୁନ ୧୨ ତାରିଖରେ ୩୦, ୦୦୦ ଟଙ୍କା ଲାଞ୍ଚ ନେଇ ଗୋଟିଏ ମୋବାଇଲ୍ ଫୋନ୍ ଫେରାଇଥିଲେ । ଗତକାଲି ଆଉ ଏକ ମୋବାଇଲ୍ ଫେରାଇବାକୁ ୨୦, ୦୦୦ ଟଙ୍କା ମାଗିଥିଲେ ଥାନା ବାବୁ । ଏ ନେଇ ଉକ୍ତ ବ୍ୟକ୍ତି ଜଣକଙ୍କ ପୂର୍ବରୁ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ଗତକାଲି ରାତିରେ ଅଭିଯୋଗକାରୀ ଲାଞ୍ଚ ଟଙ୍କା ଦେଉଥିବାବେଳେ ଏଏସ୍ଆଇଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା । ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ଜବତ କରାଯାଇଥିଲା ।
ଏହା ସହିତ ଉଭୟ ଏଏସ୍ଆଇ ଏବଂ ହୋମଗାର୍ଡ ଡ୍ରାଇଭରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲା ।