ଭୁବନେଶ୍ୱର: ଫେବୃଆରୀ ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥି ନିମନ୍ତେ ଫେବୃଆରୀ ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଶାନ୍ତିଶୃଙ୍ଖଳାର ସହିତ ବଜେଟ୍ ଅଧିବେଶନ ଅନୁଷ୍ଠିତ କରାଯିବା ପାଇଁ ସେନେଇ ବାଚସ୍ପତି ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଏହି ବୈଠକ ଡକାଇଛନ୍ତି ।
ଅଧିକ ପଢ଼ନ୍ତୁ- ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ହେବ ମାଟ୍ରିକ୍ ପରୀକ୍ଷା, ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ କଡ଼ା ପଦକ୍ଷେପ
ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ରାଜ୍ୟପାଳ ହରିବାବୁ କମ୍ଭମପତି ଗୃହକୁ ସମ୍ବୋଧିତ କରିବେ । ଏହି ଅଧିବେଶନ ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ସ୍ଥିରୀକୃତ ହୋଇଛି । ଫେବୃଆରୀ ୧୪ ଏବଂ ୧୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଫେବୃଆରି ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ମାର୍ଚ୍ଚ ୨୯ ରେ ଆପ୍ରୋପ୍ରାଇଜେସନ୍ ବିଲ୍ ଉପସ୍ଥାପିତ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଫେବୃଆରୀ ୨୦ ଏବଂ ୨୧ ରେ ବଜେଟ୍ ସମ୍ପର୍କୀୟ ଆଲୋଚନା ଅନୁଷ୍ଠିତ ହେବ । ଥିବାବେଳେ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଜାରି ରହିବ । ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହ ସମ୍ମୁଖରେ ଉପସ୍ଥାପିତ କରାଯିବ।
ପୂର୍ବରୁ ବାଚସ୍ପତି କଡ଼ା ଚେତାବନୀ ଦେଇଛନ୍ତି । ଗୃହ ଭିତରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ବାଚସ୍ପତି ।
ଅଧିକ ପଢ଼ନ୍ତୁ- ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପୂର୍ବତନ ସେନା କର୍ମଚାରୀ, ହେଲେ କାହିଁକି ?