ପାରଳାଖେମୁଣ୍ଡି ୱାର୍ଡ ନଂ ୭ ସ୍ଥିତ କେଉଟ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ କେଉଟ ସାହିର ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଘଟଣାସ୍ଥଳରେ ସ୍ବାମିଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଘରେ କେହି ନଥିବା ସମୟରେ ମୁଷା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଦମ୍ପତି। ଘଟଣା ସ୍ଥଳରେ ନବୀନ ଚନ୍ଦ୍ର ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ମୃତ ବ୍ୟକ୍ତି ହେଉଛନ୍ତି କେଉଟ ସାହି ବାସିନ୍ଦା ୬୭ ବର୍ଷୀୟ ନବୀନ ଚନ୍ଦ୍ର ଆଚାର୍ଯ୍ୟ ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ଆଚାର୍ଯ୍ୟ ଯାହାଙ୍କ ବୟସ ୫୫ ବର୍ଷ । ଘଟଣା ସମ୍ପର୍କରେ ତାଙ୍କ ପୁଅ ଅରୁଣ କୁମାର ଲିଖିତ ଭାବେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ ବେଳେ ଘଟଣାସ୍ଥଳରୁ ଆତ୍ମହତ୍ୟା ପାଇଁ ବ୍ୟବହୃତ ମୂଷା ଔଷଧ ସଂଗ୍ରହ କରିଥିବା ବେଳେ ଅନ୍ୟକିଛି ଦିଗକୁ ନେଇ ତଦନ୍ତ କରାଯାଉଛି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସମ୍ପର୍କରେ ଅଧିକ ତଥ୍ୟ ଦେଇ ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ଘଟଣାର ସତ୍ୟାସତ୍ୟ ନିମନ୍ତେ ତଦନ୍ତ ଜାରି ରହିଥିବାବେଳେ ପାରିବାରିକ କଳହରୁ ଉକ୍ତ ଦମ୍ପତି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ମର ଶରୀରକୁ ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।
ଅଧିକ ପଢନ୍ତୁ : ପରକୀୟାପ୍ରୀତିରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ