ପରକୀୟାପ୍ରୀତିରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ତେବେ ଏଭଳି ଅମାନୁଷିକ ହତ୍ୟାକାଣ୍ଡ ନୟାଗଡ଼ ଓଡ଼ଗାଁ କୋମଣ୍ଡ ଗାଁରେ ଘଟିଛି। ତେବେ ମୃତକଙ୍କ ପରିଚୟ ପ୍ରକାଶ ନାୟକ ବୋଲି ଜଣାପଡିଛି। ପରକୀୟାପ୍ରୀତି ଧରାପଡିଯିବାରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ଘର ଭିତରେ ପୋତିଥିଲା ସ୍ତ୍ରୀ। ପୋଲିସ ଘଟଣା ସ୍ଥଳରେ ପହଁଚି ଘର ଭିତରୁ ମାଟି ଖୋଳି ଶବ ଉଦ୍ଧାର କରିଛି। ଏହାପରେ ଘଟଣାର ଅଧିକ ତଦନ୍ତ ମଧ୍ୟ କରୁଛି ପୋଲିସ।
ସୂଚନା ମୁତାବକ , ପରକୀୟାପ୍ରୀତି ଧରାପଡିଯିବାରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ଘର ଭିତରେ ପୋତିଥିଲା ସ୍ତ୍ରୀ। ତେବେ ମୃତକଙ୍କ ପରିଚୟ ପ୍ରକାଶ ନାୟକ ବୋଲି ଜଣାପଡିଛି। ତେବେ ମୃତକ ପ୍ରକାଶ ୨୦ଦିନ ହେବ ନିଖୋଜ ଥିବା ବେଳେ ତାଙ୍କର କିଛି ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ଏହାପରେ ଡାଳକୁ ଭିତ୍ତି କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ପୋଲିସ ବେଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା ଯେ ପ୍ରକାଶର ସ୍ତ୍ରୀ ଜ୍ୟୋତ୍ସାରାଣୀ ନିଜ ପ୍ରେମିକ ସହ ମିଶି ପ୍ରକାଶକୁ ହତ୍ୟା କରିଛି। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଁଚି ଘର ଭିତରୁ ମାଟି ଖୋଳି ଶବ ଉଦ୍ଧାର କରିଥିଲା। ତେଣୁ ଏହି ମାମଲାରେ ପୋଲିସ ଜ୍ୟୋତ୍ସାରାଣୀ ଏବଂ ତାଙ୍କ ପ୍ରେମିକକୁ ଗିରଫ କରିଛି।