ବାତ୍ୟା ମୁକାବିଲା ନିମନ୍ତେ ପଶ୍ଚିମବଙ୍ଗ ଯାଇଥିବା କଟକ ଏନଡିଆରଏଫ ଅଧିକାରୀଙ୍କୁ କରୋନା
Khabar Odisha:a-Cuttack-NDRF-officer-who-went-to-West-Bengal-to-deal-with-the-storm-a-tested-corona-positive
କଟକ, ଜୁନ ୦୬ (ଖବର ଓଡ଼ିଶା):

ବାତ୍ୟା ଆମ୍ଫାନର ମୁକାବିଲା କରିବା ନିମନ୍ତେ ପଶ୍ଚିମବଙ୍ଗ ଯାଇଥିବା କଟକ ଏନଡିଆରଏଫର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରାଯାଇଛି ।

ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇକି ଫେରିଥିବା ୫ ଜଣ ଏନ୍ ଡି ଆର୍ ଏଫ୍ ଅଫିସର୍ ଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଥିଲା । ଏହି ଟେଷ୍ଟ ରେପୋର୍ଟରେ ଜଣେ ଅଧିକାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଥିବା ସୂଚନା ମିଳିଛି । ଜଣେ କର୍ମଚାରୀଙ୍କ କରୋନା ରିପୋର୍ଟ ପଜେଟିଭ ଆସିବା ପରେ ବାତ୍ୟା ଆମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ସମସ୍ତ 172 ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment