ନୂଆପଡାରେ ଲଗାତାର ଦୁଇ ଦୁଇଟି ମୁଣ୍ଡ ଗଡିଛି | ଧନୁ ତୀର ରେ ପ୍ରଥମେ ଜଣେ ଯୁବକଙ୍କୁ ହତ୍ୟା ହେବ ପରେ ସାରା ଅଂଚଳରେ କୋକୁଆ ଭୟ ଖେଳିଯାଇଥିଲା, ହେଲେ ଏଇ ଗୋଟିଏ ଘଟଣା ନା ଥମୁଣୁ ଏଣେ ଆଉ ଏକ ଜୀବନ ଯାଇଛି, ଯାହା ଏବେ ସାରା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି | ୫ ଦିନ ପୂର୍ବେ ଅଭୟାରଣ୍ୟର ଦାଥୁନାମା ଗାଁରେ ଜଣେ ଯୁବକଙ୍କୁ ଧନୁତୀର ମାରି ହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ସେହିଭଳି ଆଉ ଏକ ଘଟଣା ଏହି ଅଞ୍ଚଳରେ ଘଟିଛି ।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ନୂଆପଡା ଜିଲ୍ଲା କୋମନା ଥାନାର ସୁନାବେଡା ଅଭୟାରଣ୍ୟ ସ୍ଥିତ ନାଚନିସିଲ ଅଞ୍ଚଳରେ ଘଟିଯାଇଛି ଆଉ ଏକ ହତ୍ୟାକାଣ୍ତ । ମୃତକ ଜଣକ ହେଉଛନ୍ତି ଅଡାର ଗାଁର ଗୋପାଳ ପହରିଆ (୨୫) । ସେ ସାଙ୍ଗସାଥି ମଧ୍ୟରେ ମଦ୍ୟପାନ କରୁଥିବା ସମୟରେ କିଛି ଗୋଟେ କାରଣରୁ ଝଗଡା ହୋଇଥିଲା । ଆଉ ସେହି ଝଗଡା କ୍ଷେତ୍ର ପାଲଟିଲା ଋଣକ୍ଷେତ୍ର । ଫଳରେ ଗୋପଳର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା । ଅପରପକ୍ଷରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଟିକୁ ଜବତ କରିଛି । ତେବେ ଆଗାମୀ ଦିନରେ ଏଭଳି ଅପରାଧ କୁ ରୋକିବାରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।
ଅଧିକା ପଢନ୍ତୁ: ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଗଣତନ୍ତ୍ରକୁ ଆହୁରି ମଜଭୂତ କରିବ ବୋଲି କହିଲେ ବରିଷ୍ଠ ବିଜେପି ନେତା ଡ଼.ପ୍ରମୋଦ ରଥ