ଭୁବନେଶ୍ୱର: ସଶକ୍ତ ନାରୀ ସମାଜ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ପ୍ରୟାସ। ୨୦୨୬ର ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମିତି ସୁଯୋଗ ଆଣିଛନ୍ତି ଯେ ଏବେ ମହିଳାମାନେ କେବଳ ଜୀବିକା ଉପାର୍ଜନରେ ନିଜ ନିଜକୁ ସୀମିତ ରଖିବେନି, ବରଂ ସି-ମାର୍ଟ ଜରିଆରେ ଉଦ୍ୟୋଗୀ ହେବା ପାଇଁ ପାଦ ବଢାଇପାରିବେ। ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସ୍ୱାବଲମ୍ବୀ କରିବା ସହ ଔଦ୍ୟୋଗିକ କୌଶଳ ପ୍ରତିପାଦନ କରିବା ପାଇଁ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ବିଶେଷ ବ୍ୟବସ୍ଥା କରିଛନ୍ତି। ଯାହାକୁ ସାଧାରଣରେ ସ୍ୱାଗତ କରାଯାଇଛି। ବଜେଟରେ ମହିଳାଙ୍କ ପାଇଁ ସି-ମାର୍ଟ ଯୋଜନା ଘୋଷଣା ହୋଇଛି। ଏହି ପଦକ୍ଷେପ ମହିଳା ଉଦ୍ୟୋଗୀଙ୍କ ଆୟ ବୃଦ୍ଧି ହେବାରେ ସହାୟକ ହେବ। ସି-ମାର୍ଟ ଜରିଆରେ କେବଳ ମହିଳା ନୁହନ୍ତି, ବରଂ ପୁରା ରାଷ୍ଟ୍ରକୁ ଦୀର୍ଘକାଳୀନ ବିକାଶ ମିଳିବା ପାଇଁ ସେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି।
ସି ମାର୍ଟ କଣ ?
she(Self Help Entrepreneur) mart। ମହିଳାଙ୍କ ପାଇଁ ଏକ ନୂଆ ପ୍ଲାଟଫର୍ମ। ଏହା ଜରିଆରେ ମହିଳାମାନେ କେବଳ ରୋଜଗାର କରିବେନି, ବରଂ ଉଦ୍ୟୋଗୀ ପରମ୍ପରାକୁ ଆଗକୁ ନେବାରେ କ୍ଷମତା ରଖିପାରିବେ ବୋଲି ଆଶା କରାଯାଇଛି। ଏହା କ୍ଲଷ୍ଟର ସ୍ତରରେ କମ୍ୟୁନିଟି ଓନଡ୍ ରିଟେଲ୍ ଆଉଟଲେଟ୍ ହେବ। ଏହା ଲକ୍ଷପତି ଦିଦି ଯୋଜନାର ବିସ୍ତାରିତ ରୂପ ବୋଲି କୁହାଯାଉଛି। ଏହା ମହିଳାମାନଙ୍କୁ ଋଣ କେନ୍ଦ୍ରୀତ ଜୀବିକାରୁ ଉଦ୍ୟୋଗ ମାଲିକ ହେବାକୁ ପ୍ରୋତ୍ସାହିତ କରିବ। ଫଳରେ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ସହଜ ହେବ। ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ସହ ଉନ୍ନତ ବଜାରୀକରଣ, ବ୍ରାଣ୍ଡିଂ, ଅଧିକ ସୁଯୋଗ ଓ ରୋଜଗାରରେ ସ୍ଥିରତା ଆଣିବାରେ ସହଯୋଗ କରିବ। କେବଳ ସେତକି ନୁହେଁ, ବରଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମୂଳଦୁଆକୁ ମଜଭୁତ କରିବାରେ ସମର୍ଥ ହେବ ବୋଲି ଆଶା କରାଯାଉଛି।
ଏହି ମାର୍ଟଗୁଡିକରୁ କିପରି ଦୀର୍ଘକାଳିନ ଭିର୍ତ୍ତିରେ ରୋଜଗାର କରିବା ସହ ସ୍ଥିରତା ଆଣିପାରିବେ, ତାହା ମଧ୍ୟ ଟ୍ରେନିଂ ଦିଆଯିବ। ସେଥିପାଇଁ ଆର୍ଥିକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରି ମହିଳାମାନେ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି। ସରକାରଙ୍କର ଏହି ନୂଆ ପଦକ୍ଷେପ ସେମାନଙ୍କ ଆତ୍ମବିଶ୍ଵାସକୁ ବଢାଇବ ନିଶ୍ଚୟ। ଏହା କେବଳ ପରିବାର ନୁହେଁ, ବରଂ ଦେଶର ଅଭିବୃଦ୍ଧି ମଧ୍ୟ ବଢାଇବା। ଏହି ମାର୍ଟ ଜରିଆରେ ଦେଶ ପ୍ରଗତିର ନେତୃତ୍ୱ ନେବେ ମହିଳା।
ଅଧିକ ପଢନ୍ତୁ: ବଜେଟ୍ ୨୦୨୬-୨୭ରେ ତିନୋଟି ‘କର୍ତ୍ତବ୍ୟ’ ଉପରେ କେନ୍ଦ୍ରସରକାରଙ୍କ ଗୁରୁତ୍ୱ; ଗରିବ, ଅସହାୟ ଏବଂ ମହିଳାଙ୍କ ବିକାଶ ଉପରେ ଅଧିକ ଫୋକସ୍