ଭୁୁବନେଶ୍ୱର: ଓଡ଼ିଶା ଉପରୁ ବାତ୍ୟା ଆଶଙ୍କା ଟଳିବା ପରେ ରାଜ୍ୟରେ ପୁଣି ଫେରିଛି ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଓ ଶୀତ ଅନୁଭୂତ ହୋଇଛି। ଶୀତରେ କଲବଲ ଲୋକେ । ଝାରସୁଗୁଡ଼ାରେ ୭୧ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଝାରସୁଗୁଡ଼ାରେ ନଭେମ୍ବରରେ ୮. ୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରଯାଇଛି। ଯାହାକି ୭୧ ବର୍ଷରେ ସର୍ବନିମ୍ନ। ରାଜ୍ୟରେ ଆଗକୁ ଆହୁରି ଶୀତ ଅନୁଭୂତ ହେବ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ଜି ଉଦୟଗିରିରେ ରାତିତାପ ମାତ୍ରା ୭.୪ ଡିଗ୍ରୀ ସେଲିସିଅସ ରେର୍ଡ ହୋଇଥିବା ବେଳେ ରାଉରକେଲାରେ ୭.୭ ଡିଗ୍ରୀ ସେଲିସିଅସ୍, ସେମିଳିଗୁଡ଼ାରେ ୮.୬ ଡିଗ୍ରୀ ସେଲସିଅସ୍ ଓ ଦାରିଙ୍ଗିବାଡି଼ରେ ୯.୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇିଛି। ରାଜଧାନୀରେ ରାତି ତାପମାତ୍ରା ୧୩.୫ ଡିଗ୍ରୀ ଓ କଟକରେ ୧୩.୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି।
ଝାରସୁଗୁଡାରେ ଥଣ୍ଡା ପବନ ଲୋକଙ୍କୁ କଲବଲ କରୁଛି। ଥଣ୍ଡା ପବନ ଏବଂ ପ୍ରବଳ ଶୀତରେ ଗତକାଲି ରାତିଠୁ ଥରୁଛି ଝାରସୁଗୁଡା। ସକାଳ ୯ ଟା ଯାଏଁ ଲୋକେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି। ପୂର୍ବରୁ ଏତେ ମାତ୍ରାରେ ଥଣ୍ଡା ଅନୁଭୁତ ହୋଇନଥିବା ଲୋକେ କହିଛନ୍ତି ।
ସେହିପରି କନ୍ଧମାଳକୁ ପୁଣି ଫେରିଛି ଶୀତ। ବାଲିଗୁଡ଼ା ଅଞ୍ଚଳରେ ଶୀତ ଲହରୀର ପ୍ରଭାବ ଦେଖିବାକୁ ମିଳିଛି। ବାଲିଗୁଡ଼ା ସହ ଦାରିଙ୍ଗବାଡି, କ.ନୁଆଗାଁ, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି। ସକାଳ ପ୍ରାୟ ୯ଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ।ଫଳରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ସତର୍କତା ଅବଲମ୍ବନ କରୁଛନ୍ତି ଚାଳକ।
Also read: ଶିକ୍ଷକ ବଦଳି ପାଇଁ ସୁପାରିଶ କରିପାରିବେ ନାହିଁ ସାଂସଦ ଓ ବିଧାୟକ: ହାଇକୋର୍ଟ