ଢେଙ୍କାନାଳ : ବ୍ରଏଲର୍ ଚାଷୀ ମାନଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ନିମନ୍ତେ ତା ୨୭.୧୧.୨୦୨୫ ରିଖ ଦିନ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ଠାରେ ଏକ ଦକ୍ଷତା ବବୃଦ୍ଧି ତାଲିମ ଶିବିର ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ୨୦ ଜଣ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଚାଷୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରଏଲର୍ କୁକୁଡ଼ା ପାଳନ, ଫାର୍ମ ପରିଚାଳନା, ରୋଗ ପରିଚାଳନା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲାl ଏହି ତାଲିମ କାର୍ଯ୍ୟକ୍ରମ ରେ ଡା ଶ୍ରୀକାନ୍ତ କୁମାର ପରିଡ଼ା (ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ କଲ୍ୟାଣ), ଡା ଦୀପକ ଷଡ଼ଙ୍ଗୀ (ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ରୋଗ ନିୟନ୍ତ୍ରଣ) ବିଶେଷଜ୍ଞ ଭାବରେ ଅଂଶଗ୍ରହଣ କରିଥିଲେl କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଡ଼ଃ ବିମଳେନ୍ଦୁ ମହାନ୍ତି ଚାଷୀ ମାନେ କିପରି ବ୍ୟବସାୟ କୁ ଆଗକୁ ବଢ଼ାଇବେ ସେ ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଡା ରୋଶନି ବାଳା ନାୟକ (ବୈଜ୍ଞାନିକା, ପ୍ରାଣୀ ବିଜ୍ଞାନ) ପରିଚାଳନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀମାନେ ତାଲିମ କାର୍ଯ୍ୟକ୍ରମ ସୁଚାର ରୂପେ ପରିଚାଳନା ନିମନ୍ତେ ସହାୟତା କରିଥିଲେ।