କଟକ: ଲୋକଙ୍କ ଅଭିଯୋଗ ଶୁଣିବାରେ ସବୁଠୁ ପଛରେ କଟକ ଜିଲ୍ଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକକୁ ଅବମାନନା କରିବା ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଯେଉଁମାନେ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ।
କଟକ ଜିଲ୍ଲା ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖପ୍ପା ହୋଇଛି । ଲୋକଙ୍କ ଅଭିଯୋଗ ସମାଧାନ କ୍ଷେତ୍ରରେ କଟକ ସହର ସବୁଠାରେ ପଛରେ ରହିଛି । ସାରା ରାଜ୍ୟରେ ସମସ୍ତ ଜିଲ୍ଲା ତୁଳନାରେ କଟକର ଅଭିଯୋଗ ସମାଧାନ ଫଳାଫଳ ଅତି ନଗଣ୍ୟ । ମୁଖ୍ୟମନ୍ତ୍ରୀ ଏପଟେ ଅଭିଯୋଗ ଶୁଣୁଥିବାବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଗୁରୁତ୍ୱ ଦେଉ ନାହାଁନ୍ତି । ଯାହାକୁ ନେଇ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ମାସରେ ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।