ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି ପାରଦ। ଏଥିପାଇଁ ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଗତ କିଛି ସପ୍ତାହ ମଧ୍ୟରେ କ୍ରମାଗତ ଭାବେ ରାଜ୍ୟରେ ତାପମାତ୍ରା ହ୍ରାସ ଯୋଗୁଁ ଶୀତ ଲହରୀ ଜାରି ରହିଛି। ଫଳରେ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଜାଡରେ ଲୋକେ କଲବଲ ହେଉଥିବା ବେଳେ କିଛି ଲୋକେ କାଠ ଜାଳି ନିଜ ପରିବାର ସହିତ ଏହାର ମଜା ନେଉଛନ୍ତି।
ତେବେ ଆହୁରି ୩ରୁ ୪ ଦିନ ମଧ୍ୟରେ ରାଜ୍ୟରେ ଆହୁରି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ। ଯାହାଫଳରେ ସନ୍ଧ୍ୟା ହେଉ ହେଉ ଶୀତର ପ୍ରକୋପ ଆହୁରି ଅଧିକ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଯଦି ଦେଖିବା ଆଜି ସକାଳ ସୁଦ୍ଧା ସବୁଠୁ ଅଧିକ ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏପରିକି ଭୁବନେଶ୍ଵରରେ ମଧ୍ୟ ସକାଳୁ ଏବଂ ସନ୍ଧ୍ୟା ହେବା ମାତ୍ରେ ଶୀତ ବଢ଼ିବାରେ ଲାଗୁଛି। ସକାଳୁ ସକାଳୁ ୧୦୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ତେଣୁ କରି ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି।
ଅଧିକ ପଢନ୍ତୁ : ସୋଆରେ ଇନ୍ଷ୍ଟିଚ୍ୟୁସନ୍ସ ଇନୋଭେସନ୍ କାଉନ୍ସିଲ୍ର ଆଞ୍ଚଳିକ ସମ୍ମିଳନୀ ଆୟୋଜିତ