ପୁରୀ: ଆସନ୍ତା ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର । ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ଗୁଣ୍ଡିଚା ମନ୍ଦିର ନିକଟରୁ ହଟିଛି ଜବରଦଖଲ । ଭକ୍ତଙ୍କ ପାଇଁ ହୋଇଛି ବ୍ୟବସ୍ଥା । ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ ଶ୍ରୀମନ୍ଦିର ପ୍ରଶାସନ ।
ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଟିକେଟ୍ ଦର୍ଶନ ବ୍ୟବସ୍ଥା। ଜଣେ ଭକ୍ତଙ୍କ ପିଛା ଟିକେଟ୍ ମୂଲ୍ୟ ୧୦ ଟଙ୍କା ରହିବ। ୫ ବର୍ଷରୁ କମ୍, ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଦେୟମୁକ୍ତ ଦର୍ଶନ ହେବ। ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର। ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସକାଳ ୬ରୁ ସଂଧ୍ୟା ୫ଟା ଯାଏଁ ଦର୍ଶନ। ସିଂହଦ୍ବାର ଦେଇ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ପ୍ରବେଶ ଓ ପ୍ରସ୍ଥାନ ହେବ । ମାଗଣା ଚପଲ, ମୋବାଇଲ୍ ଷ୍ଟାଣ୍ଡ ଓ ପାନୀୟ ଜଳ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।