ଭୁବନେଶ୍ୱର:ଗୋଟିଏ ପଟେ ରାଜ୍ୟରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଥିବାବେଳେ ସେପଟେ ସମୁଦ୍ର ଭିତରେ ଅବପାତ ଧିରେ ଧିରେ ଘନୀଭୂତ ହେଉଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳ ଭାରତ ମହାସାଗରରେ କେନ୍ଦ୍ରୀଭୂତ ଅବପାତ ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏହା ଉତ୍ତର ତାମିଲନାଡ଼ୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଓଡ଼ିଶା ଉପରେ ପ୍ରଭାବ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ ।
ସେପଟେ ବାତ୍ୟାକୁ ରାଜ୍ୟର ଚାଷୀ ଭାଇଙ୍କ ମନରେ ଛନକା ପଶିଛି । ରାଜ୍ୟରେ ଏବେ ଧାନ ଅମଳ ସମୟ ହୋଇଥିବା ଶୀତ ଦିନିଆ ପରିବା ଚାଷ ମଧ୍ୟ କରାଯାଉଛି । ଯଦି ବର୍ଷା ହୁଏ ତେବେ ଚାଷୀଭାଇମାନେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।
ପ୍ରକାଶ ଯୋଗ୍ୟ, ରାଜ୍ୟରେ ପ୍ରବଳ ଶୀତ ମଧ୍ୟ ଅନୁଭୂତ ହେଉଛି । ୩ରୁ ୪ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମିବ । ଯାହାଫଳରେ ସନ୍ଧ୍ୟା ହେଉ ହେଉ ଶୀତର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଯଦି ଦେଖିବା ଆଜି ସକାଳ ସୁଦ୍ଧା ସବୁଠୁ ଅଧିକ ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏପରିକି ଭୁବନେଶ୍ଵରରେ ମଧ୍ୟ ସକାଳୁ ଏବଂ ସନ୍ଧ୍ୟା ହେବା ମାତ୍ରେ ଶୀତ ବଢ଼ିବାରେ ଲାଗୁଛି। ସକାଳୁ ସକାଳୁ ୧୦୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ତେଣୁ କରି ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି।