ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧିନ ପୋକସୁଙ୍ଗା ଗାଁରେ କାଜୁ ବଗିଚାରୁ କାଜୁ ତୋଳିବା ବେଳେ ଫୁଟିଛି ଗୁଳି। ଏହି ଗୁଳିମାଡ଼ରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ସେହି ଅଞ୍ଚଳର ରଘୁନାଥ ଜାନି ଓ ଅବକାସ ଜାନି ବୋଲି ଜଣାପଡିଛି । ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଚିକିତ୍ସା ପାଇଁ ବୁଗୁଡ଼ା ମେଡିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ଉଭୟ ଅବକାଶ ଏବଂ ରଘୁନାଥ କାଜୁ ତୋଳିବା ପାଇଁ ଗ୍ରାମ ନିକଟ କାଜୁ ତୋଟାକୁ ଯାଇଥିବା ବେଳେ ପଛରୁ ଉଭୟ ଙ୍କୁ କେହି ଗୁଳି ମାଡ଼ କରିଥିଲା । ଗୁଳିମାଡ଼ରେ ୨ ଗୁରୁତର ହେବା ଖବର ପାଇ କିଛି ଲୋକ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ବୁଗୁଡ଼ା ପୋଲିସ ମଧ୍ୟ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ କୌଣସି ରାଜନୈତିକ ହିଂସା ନଚେତ କୌଣସି ପାରିବାରିକ ବିବାଦରୁ ଗୁଳିମାଡ଼ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏଭଳି ସ୍ଥିତିରେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ଅଧିକ ପଢନ୍ତୁ : ବିଦ୍ୟୁତ ଆଘାତରେ ମହିଳା ମୃତ