ଗଂଜାମ ଜିଲ୍ଲା ବୁଗୁଡା ଥାନା ନୂଆଁ ପାଣିକେଶର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ ମହିଳା ଜଣଙ୍କ ପୁଷ୍ପାଂଜଳି ସ୍ୱାଇଁ ବୋଲି ଜଣାପଡିଛି । ସୂଚନା ଅନୁସାରେ ପୁଷ୍ପାଂଜଳି ଠାକୁର ଘରକୁ ପୂଜା ପାଇଁ ଯାଇଥିଲେ । ଏହି ସମୟରେ କୈାଣସି ଏକ କାରଣରୁ ପୁଷ୍ପାଂଜଳି ଇଲେକ୍ଟ୍ରି ବୋର୍ଡରେ ହାତ ଲାଗିଯାଇଥିଲା । ଫଳରେ ତାଙ୍କୁ କରେଣ୍ଟ ମାରିଥିଲା । ଏବଂ ସଙ୍ଗେସଙ୍ଗେ ପୁଷ୍ପାଂଜଳିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ପୋଲିସ ଖବର ପାଇବା ପରେ ମେଡିକାଲରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ଅଧିକ ତଦନ୍ତ ଜାରିରଖିଛନ୍ତି ।