ପୁଣି ଭିଜିବ ଓଡ଼ିଶା । ମାଘ ମାସରୁ ଶୀତ ଉଭା ହେଉଥିବାବେଳେ ଅସହ୍ୟ ତାତି ସାରା ରାଜ୍ୟବାସୀଙ୍କୁ କଲବଲ କରୁଛି । ପୁଣି ଏବେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝିପିଝିପି ବର୍ଷା ହେବା ସହିତ ପାଗ ମେଘୁଆ ରହିବ ବୋଲି ମଧ୍ୟ ସୂଚନା ମିଳିଛି । ବର୍ଷା ପାଗ ଯୋଗୁଁ ରାତି ତାପମାତ୍ରାର ପାରଦ ଖସିବ ବୋଲି ମଧ୍ୟ ସୂଚନା ମିଳିଛି । କେନ୍ଦୁଝର,ବାଲେଶ୍ବର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । କିଛି ଦିନ ପାଇଁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଓ ବର୍ଷା ହେବାର ସମ୍ଭାବନା ରହିଛି ।