ଭୁବନେଶ୍ୱର : ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା। ଖରାଦିନରେ ରାଜ୍ୟବାସୀ ଜଳ ସଙ୍କଟରେ କିପରି ପଡିବେନି ସେନେଇ ସରକାରଙ୍କ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଖରାଦିନକୁ ଆଖି ଆଗରେ ରଖି ୭୦ ଜନସଂଖ୍ୟା ଥିବା ଗାଁରେ ଗୋଟିଏ ଏବଂ ୭୦ରୁ ଅଧିକ ଜନସଂଖ୍ୟା ଥିଲେ ଦୁଇଟି ନଳକୂପ ବସା ଯିବ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଳକୂପ ଖୋଳିବା ପାଇଁ ପୂର୍ବ ସରକାର ପ୍ରକ୍ରିୟା ବନ୍ଦ କରିଥିଲେ। ଉପକୂଳ ଅଞ୍ଚଳରେ ସାଲାଇନ ପାଣି ଥିବାରୁ ଦଶ ବର୍ଷ ପରେ ମଧୁର ପାଣି ସରିଯାଉଛି। ଏଥିପାଇଁ ଅଧିକ ଆଡି ବନ୍ଧ ନିର୍ମାଣ ହେବ। ଖରାଦିନ ପାଇଁ ପାନୀୟ ଜଳ ବ୍ୟବସ୍ଥା ପାଇଁ ସୋଲାର ମାଧ୍ୟମରେ ପାନୀୟ ଜଳ ଦେବେ ସରକାର | ସେହିଭଳି ଅନ୍ୟ ଅସୁବିଧା ହେଲେ ଟ୍ୟାଙ୍କର ମାଧ୍ୟମରେ ଦିଆଯିବ ପାଣି। ଜଙ୍ଗଲ ଅଞ୍ଚଳରେ ସମସ୍ୟା ଥିବାରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ୭୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସରିବ | ୨୦୨୬ ମାର୍ଚ୍ଚରେ ମେଗା ପ୍ରୋଜେକ୍ଟ ସରିବ । ଏନେଇ ଚୁକ୍ତିନାମା ହୋଇଛି । ଆରଡବ୍ଲୁଏସଏସ୍ ଓ ଡିଡବ୍ଲୁଏସଏସ୍ ଦ୍ୱାରା ରିମୋଟ୍ ଅଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ଜିଲ୍ଲାପାଳ ଓ ପଞ୍ଚାୟତସ୍ତରରେ ସରପଞ୍ଚଙ୍କୁ କ୍ଷମତା ପ୍ରଦାନ କରାଯାଇଛି | ଗ୍ରୀଭାନ୍ସରେ ପ୍ରସ୍ତାବ ଆସିଲେ ତୁରନ୍ତ ହେବ ସମାଧାନ । ସବୁ ପ୍ରକଳ୍ପ ପାଇଁ ଅର୍ଥ ଦିଆଯାଇଛି ।