ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଦୁଇଟି ଲଘୁଚାପ । ଲଘୁଚାପ ପ୍ରଭାବରେ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ସାରା ଓଡ଼ିଶାକୁ ମୌସୁମି ଛୁଇଁଥିବା ବେଳେ ଆଗକୁ ପାଗ ମଧ୍ୟ ଅନୁକୁଳ ରହିଛି।
୧୮ ତାରିଖ ଅର୍ଥାତ ଆଜି ମୟୂରଭଞ୍ଜର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ଯାଜପୁର ,ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । ସେହିପରି ଅନୁଗୁଳ, ବୌଦ୍ଧ, ବରଗଡ଼, ଝାରୁସୁଗୁଡା, ଦେଓଗଡ଼ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିବ ।
ଆସନ୍ତା୧୯ ତାରିଖରୁ ଝାରୁସୁଗୁଡା, ସମ୍ବଲପୁର, ସୁନ୍ଦରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ରହିଛି । ସମ୍ବଲପୁର,ଝାରୁସୁଗୁଡା,ଢେଙ୍କାନାଳ, ଦେଓଗଡ, ଅନୁଗୁଳ, ବୌଦ୍ଧ , ସୋନପୁର, ବଡଗଡ, ଦେଓଗଡର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ।