ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କରିଛନ୍ତି ଜିଲାପାଳ ଜେ.ସୋନାଲ। ଗସ୍ତ ସମୟରେ ସେଠାରେ ରହୁଥିବା ୨୬ଟି ଆଦିବାସୀ ପରିବାର ଲୋକଙ୍କ ସହିତ ସେ ସିଧାସଳଖ କଥାବାର୍ତ୍ତା ହେବା ସହ ସେମାନଙ୍କ ଜୀବନ,ଜୀବିକା ବିଷୟରେ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ଅନେକ ଅଧିକାରୀ ଉପସ୍ଥିତ ଥିଲେ l
ଗ୍ରାମ ପରିଦର୍ଶନ ସମୟରେ ଗ୍ରାମବାସୀଙ୍କୁ ସଠିକ ସମୟରେ ଭତ୍ତl, ଚାଉଳ ଇତ୍ୟାଦି ସରକାରୀ ସହାୟତା ସଠିକ ଭାବେ ମିଳୁଛି କି ନାହିଁ ସେ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ। କାମଧନ୍ଦା ପାଇଁ ମନରେଗା ଯୋଜନାରେ ଲୋକଙ୍କୁ କିପରି କାମ ଯୋଗାଇଦିଆଯିବ ସେ ଦିଗରେ ବିଡିଓଙ୍କୁ ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଗାଁରେ ଥିବା ଅଚଳ ନଳକୂପଗୁଡିକର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ମାରଡା ଗାଁର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ହରଭଙ୍ଗା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉଲ୍ଳେଖନୀୟ ଯେ, ଜେ.ସୋନାଲ ବୌଦ୍ଧ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଦିନରୁ ଜିଲ୍ଲାର ଦୁର୍ଗମ ଅଂଚଳ ତଥା ଆଭ୍ୟନ୍ତରୀଣ ଅଂଚଳ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସିଧାସଳଖ ବୁଝୁଥିବା ଦେଖିବାକୁ ମିଳୁଛି।
ଅଧିକ ପଢନ୍ତୁ: ମନରେଗା ଶ୍ରମିକଙ୍କ ପାଇଁ ବଢ଼ିଲା ପାରିଶ୍ରମିକ