ବାଲେଶ୍ୱର: ପୁଣି ଜଣେ ସରକାରୀ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତହସିଲଦାରଙ୍କର 7ଟି ଠିକଣାରେ ଯାଞ୍ଚ କରୁଛି ।
ଭିଜିଲାନ୍ସ ଟିମ୍ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ଯାଞ୍ଚ କରୁଛି । ଭୁବନେଶ୍ୱର ଶୈଳଶ୍ରୀ ବିହାର ଓ ରୁଦ୍ରପୁର ଆସୋଟେକ୍ ପ୍ରାଇଡର ଥିବା ଫ୍ଲାଟ୍, ବାଲେଶ୍ୱର କୁରୁଡ଼ାଥିବା ଘର, ଅନରୀ ଥିବା ପୈତୃକ ଘର, ରେମୁଣା ତହସିଲ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚଢ଼ଉ କରାଯାଉଛି ।
ଚଢ଼ଉରେ ଭିଜିଲାନ୍ସର 6 ଜଣ ଡିଏସପି, 3 ଇନସ୍ପେକ୍ଟର, 10 ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଜବତ ସମ୍ପତିର କୌଣସି ସୂଚନା ମିଳିପାରି ନାହିଁ ।