ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ଓକିଲ ସଂଘର ସବୁ ପଦାଧିକାରୀ ଓ ଓକିଲ ମାନଙ୍କ ସହ କେନ୍ଦ୍ର ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ। ଏହି ଅବସରରେ ଜିଲ୍ଲା ଓକିଲ ସଂଘର କାର୍ଯ୍ୟାଳୟ ନିକଟରେ ଥିବା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ପ୍ରତିମୂର୍ତ୍ତିକୁ ପ୍ରମାଣ କରି କେନ୍ଦ୍ରମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହାସହ ଜିଲ୍ଲା ଓକିଲ ସଂଘର ବହୁ ବରିଷ୍ଠ ଓକିଲଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିବା ବେଳେ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରସଙ୍ଗରେ ଓକିଲ ମାନଙ୍କୁ ବହୁ ପରାମର୍ଶ ଦେଇଥିଲେ। ବିଶେଷ କରି ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଶାଖା ମଧ୍ୟ ସମ୍ବଲପୁର ପ୍ରତିଷ୍ଟା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମ୍ବଲପୁରକୁ ଅଧିକ ବିକଶିତ କରିବା ସହ ଏ ଅଞ୍ଚଳର ଯୁବକମାନଙ୍କୁ ରୋଜଗାର ସୁଯୋଗ ସୃଷ୍ଟି ଓ ସାମାଜିକ ଅର୍ଥନିତି ଦୃଢ଼ତା ନେଇ ମଧ୍ୟ ଆଳୋଚନା ହୋଇଥିଲା। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପରିଦର୍ଶନ ସମୟରେ ଜିଲ୍ଲା ଓକିଲ ସଂଘର ସବୁ ସଭ୍ୟଙ୍କ ସହଯୋଗ ଓ ସମର୍ଥନ କାମନା କରିଥିଲେ।