ଆସନ୍ତା ଜୁନ୍ ୧୬ରେ ହେବ ୟୁଜିସି ନେଟ୍ ପରୀକ୍ଷା। ଜୁନିଅର ରିସର୍ଚ୍ଚ ଫେଲୋସିପ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ତେବେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଏପ୍ରିଲ ୨୧ ଠାରୁ ମେ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏପରିକି ଆଶାୟୀମାନେ ଅନ୍ଲାଇନ୍ରେ https://ugcnet.nta.ac.in/ ୱେବ୍ସାଇଟ୍ରେ ମଧ୍ୟ ଆବେଦନ କରିପାରିବେ। ତେବେ ନେଟ୍ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ନେଟ୍ ପରୀକ୍ଷା ମାଧ୍ୟମରେ ପିଏଚ୍ଡି କରିପାରିବେ।
ସୂଚନା ମୁତାବକ, ୟୁଜିସି ନେଟ୍ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। ଜୁନ୍ ୧୬ରେ ପରୀକ୍ଷା ଥିବା ବେଳେ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ଏପ୍ରିଲ ୨୧ ଠାରୁ ମେ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିବେ ଛାତ୍ରଛାତ୍ରୀ। ତେବେ ଏ ନେଇ ସମସ୍ତ ନିର୍ଦେଶନାମା ଜାରି କରିଛି ଜୁନିଅର ରିସର୍ଚ୍ଚ ଫେଲୋସିପ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ। ତେବେ ନେଟ୍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିଅର ରିସର୍ଚ୍ଚ ଫେଲୋସିପ ଏବଂ ପିଏଚ୍ଡି ପଢ଼଼ିବାକୁ ଯୋଗ୍ୟ ଛାତ୍ରଛାତ୍ରୀ ବିବେଚିତ ହେବେ। ତେବେ ଛାତ୍ରଛାତ୍ରୀମାନେ ସମୁଦାୟ ୮୩ ଟି ବିଷୟରେ ପିଏଚ୍ଡି କରିବା ନିମନ୍ତେ ଏହି ପରୀକ୍ଷା ମାଧ୍ୟମରେ ସୁଯୋଗ ପାଇବେ। ପୂର୍ବରୁ ଏହି ପରୀକ୍ଷା ଅନ୍ଲାଇନ୍ରେ କରାଯାଉଥିବାବେଳେ ଚଳିତ ଥର ଏହା ଅଫ୍ଲାଇନ୍ ବା କାଗଜ କଲମରେ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି କିପରି ଛାତ୍ରଛାତ୍ରୀ ଅଫ୍ଲାଇନରେ ଫର୍ମ ଫିଲଫ କରିବେ ସେ ନେଇ ମଧ୍ୟ ସମସ୍ତ ନିର୍ଦେଶନାମା ଜାରି ହୋଇଯାଇଛି ।