କିନ୍ନର କାଟିବେ ପାର୍କିଂ ଚାଲାଣ, ଦୁଇଟି ପାର୍କିଂ ଲଟରେ ଦୁଇମାସ ପାଇଁ ଆରମ୍ଭ ହେବ ପରୀକ୍ଷା
Khabar Odisha:Transgender-will-cut-off-the-parking-lot-the-two-parking-lots-will-start-testing-for-two-months
ଭୁବନେଶ୍ବର, ଜାନୁଆରୀ ୨୧ (ଖବର ଓଡ଼ିଶା) :

ଭୁବନେଶ୍ୱର ମହାନଗର ନିଗମ ଅଗ୍ରଣୀ କିନ୍ନର ସଂଗଠନ ଟିଜି ସ୍ବୀକୃତିକୁ ବିଏମ୍‌ସି କମିଶନର୍ ପ୍ରେମ୍ ଚନ୍ଦ୍ର ଚୌଧରୀ ସହରର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରିଛନ୍ତି। ସଂପୃକ୍ତ ସଂଗଠନ ଟିଜି ସ୍ବୀକୃତର ଆବେଦନକୁ ବିଚାରକୁ ନେଇ ବିଏମ୍‌ସି କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍ ଷ୍ଟପ୍ ନିକଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଅନୁଯାୟୀ ଦୁଇଟି ପାର୍କିଂ ଲଟ୍ ଶ୍ରୀଲେଦର ସୋରୁମରୁ ଅଶୋକା ମାର୍କେଟ ଯେଉଁଥିରେ ଚାରୋଟି ପାର୍କିଂ ସ୍ଥଳୀ ଅନ୍ତର୍ଭୁକ୍ତ ।

ସେଗୁଡିକ ହେଲା- ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀ ଲେଦର ସୋରୁମ୍ ସାମ୍ନା ପର୍ଯ୍ୟନ୍ତ, ହୋଟେଲ ରୟାଲ ମଡ ଟାଉନରୁ ଆର୍ଯ୍ୟପ୍ୟାଲେସ୍, ଅଶୋକା ମାର୍କେଟରୁ ସିଟି ରେସିଡେନ୍‌ସି, ରୟାଲ ମିଡ୍‌ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍ ଅଶୋକ ନଗର ପର୍ଯ୍ୟନ୍ତ।

ସେହିପରି ଦ୍ବିତୀୟ ପାର୍କିଂ ଲଟ୍ ହେଲା ମାଷ୍ଟର କ୍ୟାଟିନ୍ ଛକଠାରୁ ଶ୍ରୀୟାଛକ ପର୍ଯ୍ୟନ୍ତ । ଏଥିରେ ଥିବା ପାର୍କିଂ ସ୍ଥାନ ଗୁଡିକ ହେଲା- ହୋଟେଲ୍ ସ୍ବସ୍ତି ବିପରୀତ ପାର୍ଶ୍ବରେ ଥିବା ଖାରବେଳ ନଗରର ସ୍ଥାନ, ଇପାରୀ ସଦାଶିବ ଜୁଏଲାରୀ ଠାରେ ଥିବା ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ, ନରୁଲା ଜେନେରାଲ୍ ଷ୍ଟାର୍ ସମୁଖରୁ ପିସି ଚାନ୍ଦ ପର୍ଯ୍ୟନ୍ତ ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କଂ, ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନାରେ ଥିବା ଖାରବେଳ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ ଏବଂ ହୋଟେଲ୍ କେଶରୀ ସମୁଖସ୍ଥ ଖାରବେଳ ନଗର ଅନ୍ ଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ।

ଏହି ପାର୍କିଂ ଲଟ୍ ଗୁଡିକ ଦୁଇମାସ ପାଇଁ ପରୀକ୍ଷା ମୂଳକ ଭାବେ ଦିଆଯାଇଛି । ପ୍ରଥମ ପାର୍କିଂ ଲଟ୍ ପାଇଁ ମାସିକ ଦେୟ ଟ. ୨, ୨୩, ୦୦୦ ଏବଂ ଦ୍ବିତୀୟ ପାର୍କିଂ ଇଟ୍ ପାଇଁ ମାସିକ ୧,୪୬,୦୮ ରହିଛି । ସଂପୃକ୍ତ ସଂସ୍ଥା ଏହି ଦେୟ ବିଏମ୍‌ସିକୁ ଗୋଟିଏ ମାସ ପୁରିବାର ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ଭରଣା କରିବେ। ଏଥିପାଇଁ ଟିଜି ସୀକୃତି ଟ.୭,୩୮୦/- ସିକ୍ୟୁରିଟି ଡିପୋଜିଟ୍ ହୋଇଛି ।

  • Tags:

Subscribe

National International State Sports Entertainment