ଐତିହ୍ୟର ଗନ୍ତାଘର ଓଡ଼ିଶା। କୋଣାର୍କର ସୂର୍ଯ୍ୟମନ୍ଦିର ହେଉ କି ରାଜ୍ୟରେ ରହିଥିବା ବହୁ ପୁରାତନ ରାଜପ୍ରାସାଦ, ସବୁଠି ଦେଖିବାକୁ ମିଳିଥାଏ ଉତ୍କଳୀୟ ଐତିହ୍ୟ ଓ ନିର୍ମାଣଶୈଳୀର ପ୍ରତିଛବି। ଐତିହ୍ୟ ଓ ସଂସ୍କୃତି ପାଇଁ ଓଡ଼ିଶା ସମଗ୍ର ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାବେଳେ ପୁରାତନ କୀର୍ତ୍ତିରାଜି, ପ୍ରାଚୀନ ଗୁମ୍ଫା ଓ ଐତିହାସିକ ମନ୍ଦିରକୁ ନେଇ ମନ୍ଦିରମାଳିନୀ ସହରର ପରିଚୟ ପାଇଛି ଭୁବନେଶ୍ୱର। ତେବେ ଆମ ରାଜ୍ୟର ଏହିସବୁ କଳାକୃତି ସ୍ମୃତିକୁ ମନେପକେଇବା ପାଇଁ ପ୍ରତିବର୍ଷ ଏପ୍ରିଲ 18 ତାରିଖକୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରାଯାଉଛି। ଭାରତୀୟ ସଭ୍ୟତା ଓ ସଂସ୍କୃତିରେ ଏତେ ଐତିହ୍ୟ ପରିପୂର୍ଣ୍ଣ ହୋଇ ରହିଛି ଯାହା ଅନ୍ୟ କୌଣସି ସଭ୍ୟତାରେ ନାହିଁ। ତେଣୁ ପୁରୁଣା କୀର୍ତ୍ତିରାଜିକୁ କିପରି ସଂରକ୍ଷଣ କରାଯିବ ସେଥିପ୍ରତି ଆଗାମୀ ପିଢ଼ି ସଜାଗ କରିବା ପାଇଁ ଏହି ଦିବସର ପାଳନ କରାଯାଉଛି।