ଫୁଡ ପଏଜନିଂ ପାଇଁ ଅସୁସ୍ଥ ହେଲେ ୧୩ ଛାତ୍ରୀ । ଏହାସହ ୮ଜଣ ଛାତ୍ରୀଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ଚଣ୍ଡୀପଦର ନସିଂ ସ୍କୁଲରେ । ସୂଚନା ଅନୁଯାୟୀ, ଗତକାଲି ଛାତ୍ରୀମାନେ ଖାଇବାପରେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାପରେ ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଖାଦ୍ୟରୁ ଫୁଡ ପଏଜନ ହୋଇଥିବା କହିଛନ୍ତି କାଜୁଆଲିଟି ମ୍ୟାନେଜର । ବର୍ତ୍ତମାନ ୧୩ଜଣ ଛାତ୍ରୀଙ୍କ ମଧ୍ୟରୁ ୮ଜଣ କାଜୁଆଲଟିରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ତେବେ ଏହାକୁ ନେଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛନ୍ତି ।