ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ହେଲେ ବିଫଳ ହେଲେ ଯୁବକ । ଆତ୍ମହତ୍ୟା କରିବାକୁ ଯାଇ ମଝି ନଦୀରେ ବ୍ରିଜରେ ଫସିଲେ ଯୁବକ । ଦୀର୍ଘ ଘଂଟାର ପ୍ରୟାସ ପରେ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ । ହେଲେ ବିଫଳ ହେଲେ ଯୁବକ ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଅଂଚଳର ଶେଖ ଜାହାଙ୍ଗୀର ନାମକ ଜଣେ ଯୁବକ ଏହି ଉଦ୍ୟମ କରିଥିଲେ ବୋଲି ଜଣାପଡିଛି । ଯୁବକ ଜଣକ ବ୍ରିଜ୍ ଉପରେ ନିଜ ବାଇକ୍ ରଖି ଆତ୍ମହତ୍ୟା ଉଦ୍ୟମ ପାଇଁ ବ୍ରିଜ୍ ପିଲର ଦେଇ ତଳକୁ ଓହ୍ଲାଇ ଥିଲେ । ହେଲେ ସେଠାରୁ ଆଉ ପାଣିକୁ ଡେଇଁ ନପାରି ପିଲାର ମଝିରେ ଫସି ରହିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଦେଖିବା ପରେ ବାଙ୍କୀ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମବାହିନୀ ଓ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ପହଂଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ତେବେ ପ୍ରାଥମିକ ସୂଚନାରୁ ଯାହା ଜଣା ପଡିଛି ଯେ, ପାରିବାରିକ କଳହ କାରଣରୁ କିମ୍ବା ଯୁବକଙ୍କର ସାଙ୍ଗମାନଙ୍କ ସହ ଝଗଡ଼ା ହୋଇଥିରୁ ପରିବାର ଲୋକଙ୍କ ମାଡ ଭୟରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବକ ।