ପାରାଦୀପ ମତ୍ସ୍ୟଡିଆ ନଦୀରେ ମାଛ ମଡ଼କ । ନଦୀରେ ମରି ଭାସିଲେ ବିଭିନ୍ନ ପ୍ରଜାତିର ମାଛ । ମାଛକୁ ଦେଖି ବୋହି ନେଲେ ସ୍ଥାନୀୟ ବାସିନ୍ଦା । ପିପିଏଲ କମ୍ପାନୀ ରୁ ନିର୍ଗତ ଏସିଡ ପାଣି ନଦୀରେ ମିଶିବା ଫଳରେ ମାଛ ମରି ଭାସୁଥିବା ନେଇ ସ୍ଥାନୀୟ ଲୋକ କହିଛନ୍ତି ।
ସୂଚନା ଯୋଗ୍ୟ ବିଗତ ଦିନରେ ଅନେକ ଥର ଏହି ନଦୀରେ ମାଛ ମରି ଭାସୁଥିବାର ନଜିର ରହିଛି । କମ୍ପାନୀ ରୁ ନିର୍ଗତ ହେଉଥିବା ରାସାୟନିକ ପାଣି ର ପ୍ରଭାବ ରେ ମତ୍ସ୍ୟଡିଆ ନଦୀର ପାଣି ପ୍ରଦୂଷିତ ହୋଇପଡିଛି ଯାହା ଫଳରେ କୁଜଙ୍ଗ ଅଞ୍ଚଳର କୈବର୍ତ୍ତ ସମ୍ପ୍ରଦାୟଙ୍କ ଭାତହାଣ୍ଡି ପାଲଟିଥିବା ଏହି ନଦୀରୁ ଧୀରେ ଧୀରେ ମାଛବଂଶ ଲୋପ ପାଇବାକୁ ବସିଲାଣି । ଅନ୍ୟ ପଟେ ଏହି ନଦୀ ସମୁଦ୍ରରେ ମିଶିଥିବା କାରଣରୁ ନଦୀଜଳ ପ୍ରଦୂଷିତ ହୋଇ ମାଛ ମାରୁଥିବା ବେଳେ ସମୁଦ୍ର ପାଣି ପ୍ରଦୂଷିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।