ସମ୍ବଲପୁର ସହରରେ ଦିନକୁ ଦିନ ବେଆଇନ ନିଶା କାରବାର ପାଇଁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଆସୁଥିବା ବେଳେ ଅପରାଧିକଙ୍କ ଦାଉରୁ ମନ୍ଦିର ଭଳି ପବିତ୍ର ସ୍ଥାନ ବି ବର୍ତ୍ତିପାରିନାହିଁ । ସମ୍ବଲପୁର ସହରର ଜନଗହଳି ପୂର୍ଣ୍ଣ ମ୍ୟୁନିସିପାଲଟି ଛକସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ହୋଇଥିବା ଚୋରି ହୋଇଛି।
ସୂଚନା ଅନୁଯାୟୀ ସହରର ମ୍ୟୁନିସିପାଲଟି ଛକସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଅପରାଧୀ ମାନେ ସୋମବାର ରାତିରେ ମନ୍ଦିର ଲାଗିଥିବା ଗ୍ରୀଲକୁ ଭାଙ୍ଗି ଦାନବାକ୍ସରେ ଥିବା ୫୦ ରୁ ୬୦ ହଜାର ଟଙ୍କା ଚୋରି କରି ନେଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଏନେଇ ମନ୍ଦିର ପୂଜକ ସକାଳୁ ମନ୍ଦିର ଖୋଲିବା ପରେ ଚୋରି ଘଟଣା ଜାଣିବା ପରେ ଟାଉନ ପୋଲିସକୁ ସୂଚନା ଦେବାପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।