ଏଣିକି ବାଜ୍ୟାପ୍ତ ହେବ ନିଶା ମାଫିଆଙ୍କ ସମ୍ପତି, ଭୁବନେଶ୍ୱରରେ କୋଟି କୋଟି ଟଙ୍କାର ସମ୍ପତି ଜବତ୍‌
Khabar Odisha:The-property-of-the-Drug-Peddler-will-be-confiscated-the-crores-of-rupees-in-Bhubaneswar

ଭୁବନେଶ୍ୱର, ନଭେମ୍ବର ୨୫(ଖବର ଓଡ଼ିଶା): ରାଜଧାନୀ ଭୁବନେଶ୍ୱର ନିଶା ମାଫିଆଙ୍କ ଚରାଭୂଇଁ ପାଲଟିଥିବା ବେଳେ ଏବେ ଏମାନଙ୍କୁ ସାବାଡ୍ କରିବାକୁ ଯାଇ ଏମାନଙ୍କ ସମ୍ପତି ବାଜ୍ୟାପ୍ତି କରିବାକୁ ସୁପାରିଶ୍ ହୋଇଛି ।

ଭୁବନେଶ୍ୱର କିଛି କୁଖ୍ୟାତ ନିଶା ମାଫିଆ ପୋଲିସ୍ ହାତରେ ପୂର୍ବରୁ ଧରାପଡିଥିବା ବେଳେ ଏବେ ଏମାନଙ୍କ ସମ୍ପତି ଜବତ୍ କରିଛି କମିଶନରେଟ୍ ପୋଲିସ୍ । 

ପୂର୍ବରୁ ଗିରଫ ହୋଇଥିବା ସାମନ୍ତରାପୁରର ଡ୍ରଗ୍ସ ପେଡଲର ସୋମନାଥ ଭୁଜବଳର ସମ୍ପତି ଜବତ୍ କରିଛି କମିଶନରେଟ୍ ପୋଲିସ୍ । ସୋମନାଥ ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମରେ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତି ରହିଥିଲା ।

ଭୁବନେଶ୍ୱରରେ ୧କୋଟି ୧୦ ଲକ୍ଷ ଟଙ୍କାର କୋଠା ଘର, ୧୩ ଲକ୍ଷ ୫୦ ହଜାର ଟଙ୍କାର ଗହଣା, ଏହା ସହିତ ନଗଦ ୩ ଲକ୍ଷ ୪୫ ହଜାର ଟଙ୍କା, ୨୪ ଲକ୍ଷ ଟଙ୍କାର ଦୋକାନ ଗୃହ ଓ ପ୍ରାୟ ୧୧ ଟି ଗାଡି ଜବତ୍ କରିଛି ପୋଲିସ୍ ।

ତେବେ ନିଶା ମାଫିଆଙ୍କ ସମ୍ପତି ବାଜ୍ୟାପ୍ତ କରିବାକୁ ପୂର୍ବରୁ ସୁପାରିଶ୍ କରାଯାଇଥିବା ବେଳେ ଏବେ କମିଶନରେଟ୍ ପୋଲିସ୍ ଏହାକୁ ନେଇ ଆକ୍ସନ ମୋଡ କୁ ଆସିଛି ଓ ଖୋଜି ଖୋଜି କୁଖ୍ୟାତ ନିଶା ମାଫିଆଙ୍କୁ ଗିରଫ କରିବା ପରେ ଏମାନଙ୍କ ସମ୍ପତି ଜବତ୍ କରାଯାଉଛି ।


  • Tags:

Subscribe

National International State Sports Entertainment