ଭୁବନେଶ୍ୱର: ରାଜ୍ୟରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି, କମିବାରା ନାଁ ଧରୁନି । ଯାଜପୁରୁ ଆରମ୍ଭ ହୋଇଥିବା ଏହି ଡାଇରିଆ ଏବେ ପୂରା ରାଜ୍ୟରେ ଭୟଙ୍କର ରୂପ ନେଲାଣି । ପ୍ରତ୍ୟେକ ଦିନ ଡାଇରିଆ ରୋଗୀଙ୍କ ସଂଖ୍ୟ ବଢିବାରେ ଲାଗିଛି । ୭ ଜିଲ୍ଲାରେ କାୟା ବିସ୍ତାର କରିଛି ହଇଜା । ରାଜ୍ୟରେ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧୭୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତି ଗମ୍ଭୀର ଥିବାବେଳେ ପ୍ରଶାସନର ନିଦ ହଜିଯାଇଛି । ୩୦ ଜିଲ୍ଲାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର । ଏବେ ପ୍ରତିଦିନ ହେବ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ । ଡାଇରିଆ ସ୍ଥିତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ସ୍ବତନ୍ତ୍ର ଆଲୋଚନା ହୋଇଛି । ପ୍ରଭାବିତ ବିଭିନ୍ନ ବ୍ଲକ ଗସ୍ତ କରିଛି ୧୦ ଜଣିଆ କେନ୍ଦ୍ରୀୟ ଟିମ୍ ।
ଭୁବନେଶ୍ୱର ଏଆଇଆଇଏମଏସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥା କିଭଳି ଗ୍ରହଣ କରାଯାଇଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିଲେ । ପାଣିରୁ ସଂକ୍ରମଣ ବ୍ୟାପିଥିବା କହିଛନ୍ତି କେନ୍ଦ୍ରୀୟ ଦଳ। ଏଥି ସହ ବିଶୁଦ୍ଧ ପାଣି ପିଇବା ସହତ ଆଖପାଖ ପରିବେଶ ନିର୍ମଳ ରଖିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।