ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ହେଲେ ଅର୍କ କୁମାର ଦାସ ମହାପାତ୍ର
Khabar Odisha:The-new-Chancellor-of-Odisha-Open-University-is-Ark-Kumar-Das-Mohapatra
ଭୁବନେଶ୍ବର, ଜାନୁଆରୀ ୨୧ (ଖବର ଓଡ଼ିଶା) :

ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଅର୍କ କୁମାର ଦାସ ମହାପାତ୍ର ହୋଇଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜିନେସ୍‌ ଆଡମିନିଷ୍ଟ୍ରେସନ ରହିଥିବା ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନୂତନ କୁଳପତି ଭାବେ ରାଜ୍ୟପାଳ ରାଜ୍ୟପାଳ ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି ।

ଓଡିଶା ଷ୍ଟେଟ୍ ଓପନ୍ ୟୁନିଭରସିଟି ଆକ୍ଟ ୨୦୧୪ର ସବସେକ୍ସନ୍ (୫) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟପାଳ ଗଣେଣୀ ଲାଲ କୁଳପତି ପ୍ରଫେସର ଅର୍କ କୁମାରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଦାଶ ମହାପାତ୍ର ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିବେ ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

  • Tags:

Subscribe

National International State Sports Entertainment