ଗ୍ୟାସ ଚୁଲାରୁ ଘରେ ଲାଗିଲା ନିଆଁ । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତରେ ଘଟିଛି । ଗ୍ୟାସ ଚୁଲାରେ ଘରେ ରାନ୍ଧୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଘରେ ଲାଗିଲା ନିଆଁ । ଯାହାପ୍ରଭାବରେ ଘରର ସମସ୍ତ ଆସବାବପତ୍ର ଜଳିପୋଡ଼ି ନଷ୍ଟ ହେବା ସହିତ ଘରେ ଥିବା ସମସ୍ତ ଲୋକ ସୁରକ୍ଷିତ ଥିବା ସୂଚନା ମିଳିଛି । ନିଆଁ ଉଗ୍ର ରୂପ ଧାରଣ କରିବା ପୂର୍ବରୁ ସ୍ଥାନୀୟ ଲୋକ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ପ୍ରଭାବରେ ବହୁ କ୍ଷୟକ୍ଷତି ହେବା ପୂର୍ବରୁ ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇଦେଇଥିଲେ ।
ଆଗକୁ ପଢ଼ନ୍ତୁ : ବାପା ମା ନଥିଲେ ଦୁନିଆ ଅନ୍ଧକାର