ବାପା ମା ନଥିଲେ ଦୁନିଆ ଅନ୍ଧକାର । କୁହାଯାଏ ବାପା ମାଙ୍କ ଆଶୀର୍ବାଦରେ ସନ୍ତାନମାନେ ସହଜରେ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି । ବାପା ମାଙ୍କ ବିନା ବେସାହାରା ହୋଇଯାଇଛନ୍ତି ୩ ଝିଅ । ନା ତାଙ୍କ ପାଖରେ ରହିବାକୁ ଭଲ ଘର ଟିଏ ଅଛି ନା ତାଙ୍କ ଦୁଃଖ ବୁଝିବା ପାଇଁ କାହାର ସାହାରା ଅଛି । ବାପା ମା ଙ୍କ ମୃତ୍ୟୁ ପରେ ଏମିତି ଅସହାୟ ହୋଇପଡିଛନ୍ତି ତିନି ଭଉଣୀ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ପଣସା ପଞ୍ଚାୟତରେ ।
ଯାଜପୁର ପଣସା ପଂଚାୟତ ୭ନଂ ୱାର୍ଡରେ ସଦାଶିବ ଯେନା ଓ ତାଙ୍କ ପତ୍ନୀ ଙ୍କ ମୃତ୍ୟୁ ପରେ ଏଭଳି ବେସାହାରା ହୋଇ ଦୁଃଖ ରେ ଦିନ କାଟୁଛନ୍ତି ତିନି ଭଉଣୀ । ଦିନରେ ଖରା ଓ ରାତିରେ ତରା ପଡୁଥିବା ଛପର ହୋଇ ପାରିନଥିବା ଘରେ ରହୁଥିବା ବେଳେ ନାଖାଇବାକୁ ପିନ୍ଧିବାକୁ ଅଛି । ଇଛା ଥିଲେବି ଅର୍ଥ ଅଭାବ ରୁ ପାଠରେ ଡୋରି ବାନ୍ଧିଛନ୍ତି । ସମାଜରେ ବଂଚିବା ଲାଗି ସଂଘର୍ଷ କରୁଥିବା ଏହି ତିନି ଭଉଣୀ ଙ୍କୁ ମିଳୁଛି ମାତ୍ର କିଛି ସରକାରୀ ଚାଉଳ ।
ବଡ ଭଉଣୀ କାମ କରି ଦୁଇ ପଇସା ଆଣିଲେ ଯାଇ ୩ ଭଉଣୀ ମୁଠେ ଖାଇବେ । ତିନି ଭଉଣୀ ନାବାଳିକା ଥିବା ବେଳେ ଦଇବ ଛଡାଇ ନେଇଛି ଏମାନଙ୍କ ସବୁ ଆଶା ଓ ଭବିଷ୍ୟତ । ବାପା ମା ଙ୍କ ପରେ ବଡ ଭଉଣୀ ଅନ୍ୟ ଦୁଇ ଭଉଣୀ କୁ ଲାଳନ ପାଳନ କରିବା ଲାଗି ନିଜେ ବାପା ମା ସାଜି ମୁଣ୍ଡକୁ ନେଇଛି ଅନ୍ୟ ଭଉଣୀ ଙ୍କ ସବୁ ଦାୟିତ୍ୱ । ଗାଁଲୋକେ ଅଧିକାଂଶ ସମୟରେ କିଛି କିଛି ସାହାଯ୍ୟ କରୁଛନ୍ତି । ହେଲେ ସେତିକିରେ କ'ଣ ସେମାନଙ୍କ ଦୁଃଖ ଦୂର ହୋଇଯିବ ।