ନୂଆଦିଲ୍ଲୀ: ଦେଶ ବିରୋଧରେ ଯାଇଥିବା ଦେଶଦ୍ରୋହୀକୁ ଇରାନ କଠୋର ଦଣ୍ଡରେ ଦଣ୍ଡିତ କରିଛି । ଇସ୍ରାଏଲ୍ ଗୁପ୍ତଚର ଥିବା ହୋସୈନ ପଦରାନକୁ ଇରାନ ଫାଶୀ ଖୁଣ୍ଟରେ ଝୁଲାଇଛି ।
ଇରାନ ଅଦାଲତଙ୍କ ଅନୁସାରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ହୋସୈନ ପଦରାନ ଦେଶ ବିରୋଧୀ କାର୍ଯ୍ୟ କରିଥିଲେ । ସେ ଇସ୍ଫାହାନ ସୀମାରେ ଥିବା ସମ୍ବେଦନଶୀଳ ସ୍ଥାନରେ ଥିବା ସୈନ୍ୟ ଠିକଣା ବିଷୟରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ନିକଟରେ ପହଁଚାଉଥିଲେ । ଦେଶ ବିରୋଧରେ ସମସ୍ତ ଗୁପ୍ତ ସୂଚନା ଶତ୍ରୁ ପକ୍ଷକୁ ଦେଉଥିଲେ । ଏଥିରେ ତାଙ୍କୁ କିଛି ସ୍ଥାନୀୟ ଲୋକ ମଧ୍ୟ ସହଯୋଗ କରୁଥିଲେ । ଏଥିପାଇଁ ହୋସୈନକୁ ଗିରଫ କରାଯାଇଥିଲା । ପରେ ତାଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଜାରି ରହିଥିଲା ।
ସମସ୍ତ ତଥ୍ୟ ପ୍ରମାଣ ପରେ ନିମ୍ନ ଅଦାଲତ ହୋସୈନଙ୍କ ଦୋଷୀ ସାବ୍ୟସ୍ତ କରିଥିଲେ । ହୋସୈନ ନିଜେ ମଧ୍ୟ ତାଙ୍କୁ ଏହି ଗୁପ୍ତଚର କାର୍ଯ୍ୟରୁ ମିଳିଥିବା ଫାଇଦାକୁ ସ୍ୱୀକାର କରିଥିଲେ । କିନ୍ତୁ ହୋସୈନ ନିମ୍ନ ଅଦାଲତଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ । ଇରାନ ସୁପ୍ରିମକୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଶେଷରେ ହୋସୈନଙ୍କୁ ଫାଶୀ ଦିଆଯାଇଛି ।