ଭୁବନେଶ୍ୱର: ଗରମରେ ଅସ୍ତବ୍ୟସ୍ତ ହେଉଥିଲା ପୂରା ରାଜ୍ୟ ଏବେ ତାତିରୁ ମିଳିବ ତ୍ରାହୀ । ଆଜିଠୁ ବଢିବ ବର୍ଷାର ପ୍ରକୋପ । ଏପରିକି ପ୍ରବଳ ବିଜୁଳି ଘଡଘଡିରେ ଥରିବ ସାରା ରାଜ୍ୟ। ବଜ୍ରପାତ ଆଶଙ୍କାରେ ୧୩ ତାରିଖ ଯାଏଁ ସତର୍କତା ଜାରି ହୋଇଛି। ପ୍ରବଳ ବର୍ଷା ପବନ ସହ ବିଜୁଳି ଘଡଘଡି ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଫଳରେ ଆଗାମୀ ରଜ ତିନି ଦିନ ମଧ୍ୟ ପ୍ରବଳ ବର୍ଷା ପବନ ହେବାର ସମ୍ଭାବନା ଅଛି ।
ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ‘‘ଆଗାମୀ 7 ଦିନ ପାଇଁ ରାଜ୍ୟରେ ଜାରି ରହିବ ପ୍ରବଳ ଓ ମଧ୍ୟମ ଧରଣର ବର୍ଷା l ବିଜୁଳି ଘଡ଼ଘଡ଼ି ସହ ବର୍ଷାରେ ଭିଜିବ ଓଡିଶା l ତେବେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କୁ ଏନେଇ ଆଗାମୀ ସାତ ଦିନ ଯାଏ ବର୍ଷାର ପୁର୍ବାନୁମାନ କରାଯାଇଛି। ଉତ୍ତର ଉପକୁଳ ଓଡିଶା ଓ ତାର ଆଖପାଖ ଅଂଚଳରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ।ବିଜୁଳି ଘଡଘଡି ସହ ମଧ୍ୟ ବର୍ଷା ପବନ ବହିବ। ଏନେଇ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଏଥି ସହ ପବନ ମଧ୍ୟ ୫୦ରୁ ୬୦କିମି ଘଣ୍ଟା ପ୍ରତି ବହିବାର ଆଶଙ୍କା ରହିଛି’’।
ପହିଲି ରଜ ଦିନ ଅର୍ଥାତ ୧୪ ଓ ୧୫ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହେବ । ସେହିପରି ଦ୍ବିତୀୟ ଓ ଶେଷ ରଜ ଅର୍ଥାତ୍ ୧୫ ରୁ ୧୬ ତାରିଖ କେବଳ କଟକ ଓ ନୟାଗଡ଼ରେ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।ଆସନ୍ତା ୧୧ ତାରିଖ ପର ଠାରୁ ରାଜ୍ୟରେ କମି ପାରେ ତାପମାତ୍ରା l କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଗୁଳୁଗୁଳି ଜାରି ରହିବ ।