ସମ୍ବଲପୁର: ଓଡ଼ିଶାରେ ମୋହନ ସରକାରଙ୍କୁ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ବଲାଙ୍ଗିରରେ ଏକ କୃଷି ମେଳା କାର୍ଯ୍ୟକ୍ରମ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଲାଙ୍ଗିର ଗସ୍ତ କରି ବଲାଙ୍ଗିରବାସୀଙ୍କୁ ସମ୍ବୋଧନ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିରରେ ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ।
ଆଜି ମଧ୍ୟାହ୍ନରେ ସେମାନେ ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚି ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ଏହି ବୈଠକରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜି, ଏସପି ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମସ୍ତ ବିଭାଗର ସମୀକ୍ଷା କରିବା ସହିତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରସ୍ତୁତି କେମିତି ରହିବ ତାହା ଆଲୋଚନା କରାଯାଇଥିଲା ।