ଭଦ୍ରକ: ଭଦ୍ରକ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଘରୁ ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ରେ ଆସିଷ୍ଟାଣ୍ଟ ପ୍ରଫେସର ରାଜଶ୍ରୀ ତ୍ରିପାଠୀ ଘର ଭଡା ନେଇ ରହୁଥିଲେ । କଲେଜ ଛୁଟି ଥିବାରୁ ସେ ନିଜ ଘରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରା ତାଙ୍କ ଘରେ କଳାକନା ବୁଲାଇଦେଇଛନ୍ତି । ଏନେଇ ରାଜଶ୍ରୀଙ୍କୁ ଘର ମାଲିକ ଫୋନ କରି ଜଣାଇଥିଲେ । ରାଜଶ୍ରୀ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ରାଜଶ୍ରୀଙ୍କ ଘରୁ ୮୦ ଭରି ସୁନା ସହ ୬୦ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ସେହିପରି ଅନ୍ୟ ଜଣେ ମହିଳା ଈପ୍ସା ତ୍ରିପାଠୀଙ୍କ ଘରୁ ମଧ୍ୟ ୨୫ ଭରି ସୁନା ଅଳଙ୍କାର ସହ ୫୦ ହଜାର ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଜାରି କରାଯାଇଛି ।